Latest Odisha News

BREAKING NEWS

ସାଲାଡରେ ଲୁଣ ପକାଉଛନ୍ତି କି? ଶରୀର ଉପରେ ପଡିପାରେ ଏସବୁ ପ୍ରଭାବ

ଆପଣ ସାଲାଡରେ ଲେମ୍ବୁ ସହିତ ଲୁଣ ମିଶାଇ ଖାଉଛନ୍ତି କି? ଯଦି ହଁ, ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ । କାରଣ ସାଲାଡରେ ଲୁଣ ମିଶାଇଲେ ଯଦିଓ ସ୍ୱାଦ ବଢିଯାଏ, କିନ୍ତୁ ବାସ୍ତବରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ସାଲାଡରେ ଧଳା ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର ବଢ଼ିଯାଇଥାଏ । ଆଉ ସୋଡିୟମ ସ୍ତର ବଢିବା ଦ୍ୱାରା ରକ୍ତଚାପ ମଧ୍ୟ ବଢିପାରେ । ସାଲାଡରେ ଲୁଣର ମାତ୍ରା ବଢାଇବା ଦ୍ୱାରା ରକ୍ତଚାପ ବୃଦ୍ଧି କରିଥାଏ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର କ୍ଷୟ ମଧ୍ୟ କରିପାରେ, ଯେଉଁ କାରଣରୁ ଆପଣଙ୍କର ହାଡ ଦୁର୍ବଳ ହୋଇପାରେ ।

ସାଲାଡରେ ଲୁଣ ମିଶାଇ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଏନଜାଇମକୁ କ୍ଷତି ପହଂଚିଥାଏ ଓ ତାପରେ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ । ଏହା ବ୍ୟତୀତ ଏହା ହାଡ ମଧ୍ୟରେ ଥିବା କ୍ୟାଲସିୟମକୁ କ୍ଷୟ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ଆପଣ ଧଳା ଲୁଣ ବଦଳରେ ଆପଣ ସାଲାଡରେ ସୈନ୍ଧବ ଲୁଣ ମିଶାଇବା ଉଚିତ୍ । ଏଥିରେ କମ୍ ସୋଡିୟମ୍ ଥିଲେ ବି ସାଲାଡ ସ୍ୱାଦିଷ୍ଟ ହୋଇଥାଏ ।

Leave A Reply

Your email address will not be published.