Latest Odisha News

BREAKING NEWS

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟ: ହ୍ୱାଟ୍ସଅପ ଗ୍ରୁପରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ନୂଆ ମୋଡ ନେଲା ଡିଜେ ଆଜେକ୍ସ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ ।  ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ କରିଥିଲେ ଏକାଠି ହୋଇଥିଲେ । ଆଜେକ୍ସଙ୍କ ମୁଖା ଖୋଲିବା ପାଇଁ ଯୋଜନା କରିଥିଲେ । ସେଥିପାଇଁ କରିଥିଲେ ହ୍ୱାଟ୍ସଅପ ଗ୍ରୁପ ।

ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବି ପୋଲିସ ଅନ୍ଧାରରେ ବାଡି ବୁଲାଉଛି ।  ମୃତ୍ୟୁର କାରଣ ଏବେ ବି ଖୋଜି ପାଉନି ପୋଲିସ । ପ୍ରେମ..ପ୍ରତାରଣା ତାଙ୍କ ମୃତ୍ୟୁର କାରଣ ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି ? ସେ ନେଇ ସସ୍ପେନ୍ସ ଲାଗି ରହିଥିବାବେଳେ ଏବେ ଏହି ହ୍ୱାଟ୍ସଅପ ଗ୍ରୁପ ମୃତ୍ୟୁର ଆଉ ଏକ ଦିଗ ଉନ୍ମୋଚନ କରିଛି ।

ଏହା ପୂର୍ବରୁ ପୋଲିସ ହାତରେ ଲାଗିଥିଲା ତାଙ୍କ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୧୭ ସେକେଣ୍ଡର ଫୋନ କଲ । ଏଥିସହିତ ଆଜେକ୍ସ ତାଙ୍କ ଭଉଣୀ ପାଖକୁ ପଠାଇଥିବା ଏକ ଶେଷ ମେସେଜ ବି ପୋଲିସ ପାଇଥିଲା । ଏହି ମେସେଜ ଏବଂ ଫୋନକଲରୁ କିଛି ସୁରାକ ମିଳିବ ବୋଲି ଅନୁମାନ କରାଯାଉଥିଲା । ସେହିପରି ଆଜେକ୍ସ ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ପଠାଇଥିବା ଇମେଲ ମଧ୍ୟ ପୋଲିସ ହାତରେ ଲାଗିଥିଲା । ଏହିସବୁ ମେଲ, କଲ ଏବଂ ମେସେଜ ଗୋଟିଏ କଥା କହୁଥିବାବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ଦିଗ ।

ସାମ୍ନାକୁ ଆସିଥିବା ହ୍ୱାଟ୍ସଅପ ଗ୍ରୁପରୁ ଜଣାଯାଇଛି, ତିନିଜଣ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ତିନିଜଣ ଯୁବତୀ ମିଶି ଏହି ହ୍ୱାଟ୍ସଗ୍ରୁପ କରିଥିଲେ । ଉଦ୍ଦେଶ୍ୟ ଥିଲା ଆଜେକ୍ସଙ୍କ ମୁଖା ଖୋଲିବା । ସେମାନେ ଆଜେକ୍ସଙ୍କ ବିଷୟରେ କଥା ହେଉଥିଲେ ।

ସୁରାକ ପାଇବା ପରେ ସଂପୃକ୍ତ ଯୁବତୀଙ୍କୁ ଡାକି ପଚରାଉଚରା କରିପାରେ ଖାରବେଳ ପୋଲିସ । ସଂପୃକ୍ତ ୨ ଯୁବତୀଙ୍କୁ ଡାକି ଜେରା କରିପାରେ ।

 

Leave A Reply

Your email address will not be published.