Latest Odisha News

BREAKING NEWS

କରିନାଙ୍କ ନୂଆ ଅବତାର, ଶାଢ଼ୀ ପିନ୍ଧି ଖେଳିଲେ କ୍ରିକେଟ

ମୁମ୍ବାଇ: ବଲିଉଡର ବେବୋ ତଥା ଛୋଟେ ନବାବଙ୍କ ବେଗମ କରିନା କପୁର ଖାନଙ୍କୁ ଦେଖିବାକୁ ମିଳିଛି ଏକ ନୂଆ ଅବତାରରେ । ବଡ଼ ପରଦା ଛାଡି ବେବୋ ନଜର ଆସିଛନ୍ତି ଛୋଟ ପରଦାରେ । ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ବିଚାରକ ଭାବେ ଦେଖିବାକୁ ମିଳିଛି କରିନାଙ୍କୁ ।

ତେବେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ମଞ୍ଚରେ କରିନା ପୂର୍ବତନ କ୍ରିକେଟ କପିଲ ଦେବଙ୍କ ସହ ଶାଢ଼ି ପିନ୍ଧି ନୂଆ ଅନ୍ଦାଜରେ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି। ଯେଉଁ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ କପିଲ ପାଜୀଙ୍କ ସହ ଗୋଟିଏ ମଞ୍ଚରେ କ୍ରିକେଟ୍ ଖେଳିଛନ୍ତି କରିନା । କପିଲ ଦେବ ବୋଲିଂ କରୁଥିବା ବେଳେ କରିନା ବ୍ୟାଟିଂ କରି ଚଉକା ଛକା ମାରିଛନ୍ତି। ଏହାପରେ କପିଲ ଦେବ ମଧ୍ୟ କରିନାଙ୍କ ବୋଲିଂରେ ଛକା ମାରିଛନ୍ତି।

Comments are closed.