Latest Odisha News

BREAKING NEWS

‘ଓଡ଼ିଶୀ ସଙ୍ଗୀତ ଉତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ‘ଓଡ଼ିଶୀ ସଙ୍ଗୀତ ଉତ୍ସବ’ ଉତ୍କଳ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରଞ୍ଜନ କୁମାର ଦାସ, ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଉଦ୍‌ଘାଟନୀ ଉତ୍ସବର ପ୍ରଥମ ପର୍ଯ୍ୟାୟରେ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ “ଶ୍ରୀରାଧା ବାତୁଳୀ.. ପ୍ରେମ ରସାତୂଳି..” ଗାୟନ କରିଥିଲେ । ପରେ ପରେ ବିଶିଷ୍ଟ ବେହେଲା ବାଦକ ରମେଶ ଚନ୍ଦ୍ର ଦାସ ବେହେଲା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ଚରଣରେ କଣ୍ଠଶିଳ୍ପୀ ନାଜିଆ ଆଲାମ୍ ସୁମଧୁର ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ବିଶିଷ୍ଟ ସୀତାର ବାଦକ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଏବଂ ସ୍ୱନାମଧନ୍ୟ ବଂଶୀ ବାଦକ ଶ୍ରୀନିବାସ ଶତପଥୀଙ୍କ ସୀତାର ଓ ବଂଶୀ ଉଭୟ ଯୁଗଳବନ୍ଦୀର ସୁନ୍ଦର ପରିବେଷଣ କରିଥିଲେ ।

ଓଡ଼ିଶୀ ଗବେଷଣା କେନ୍ଦ୍ର, ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ ଏବଂ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ ଆମ ସଂସ୍କୃତିର ଅନ୍ୟ ଏକ ଅଙ୍ଗ ଓଡ଼ିଶୀ ସଙ୍ଗୀତରବହୁଳ ପ୍ରଚାର ପ୍ରସାର କରି ଦେଶ ଏବଂ ଦେଶ ବାହାରେ ଅଧିକରୁ ଅଧିକ ଜନାଦୃତ କରାଇବା ହିଁ ଉତ୍ସବର ମୁଖ୍ୟ  ଉଦ୍ଦେଶ୍ୟ ।

Comments are closed.