Latest Odisha News

BREAKING NEWS

ପ୍ରିୟଙ୍କା ଘଟଣାରେ କରନଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ରାଜନୀତିରେ ଅତିଷ୍ଠ ହୋଇ ମୁମ୍ବାଇ ଛାଡିଥିଲି ବୋଲି ପ୍ରିୟଙ୍କା ଚୋପ୍ରା ବୟାନ ଦେଇଛନ୍ତି । ଏହି ବୟାନ ଏବେ ଝଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । ଏବେ ଏହି ଘଟଣାରେ ବିବାଦୀୟ କୁଇନ କଙ୍ଗନା ରାନାୱାତ ପାଦ ଥାପିଛନ୍ତି । ସେ ସିଧାସଳଖ ପ୍ରିୟଙ୍କା ଘଟଣାରେ କରନ ଜୋହରଙ୍କୁ ଦାୟୀ କରିଛନ୍ତି । ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ ପ୍ରିୟଙ୍କାଙ୍କ ଭଲ ସମ୍ପର୍କ କରନଙ୍କୁ ପସନ୍ଦ ଆସି ନ ଥିଲା । ସେ ପ୍ରିୟଙ୍କାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ଫିଲ୍ମ ପରୋକ୍ଷରେ ଛଡାଇଥିଲେ । ଏଥିରେ ବ୍ୟତୀବ୍ୟସ୍ତ ହୋଇ ସେ ତାଙ୍କ ମ୍ୟାନେଜର ଅଞ୍ଜୁଳା ଆଚାର୍ଯ୍ୟଙ୍କ ସହଯୋଗରେ ବଲିଉଡରୁ ବିଦାୟ ନେଇ ହଲିଉଡରେ ପ୍ରବେଶ କରିଥିଲେ । ଏହା ତାଙ୍କ ସପକ୍ଷରେ ଯାଇଥିଲା କାରଣ ପ୍ରିୟଙ୍କା ନିଜ ଗୋଡରେ ଛିଡା ହୋଇଥିଲେ ବୋଲି କଙ୍ଗନା କହିଛନ୍ତି ।

ଅବଶ୍ୟ କଙ୍ଗନାଙ୍କ ଏହି ବୟାନ ନେଇ ପ୍ରିୟଙ୍କା କୌଣସି ମତ ରଖି ନାହାନ୍ତି । ମୁଭି ମାଫିଆ କରନ ଏବଂ ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କଙ୍ଗନା କହିଛନ୍ତି । ଅମିତାଭ ବଚ୍ଚନ ଓ ଶାହାରୁଖଙ୍କ ସମୟରେ ବଲିଉଡରେ ଏ ଭଳି କାର୍ଯ୍ୟ ହେଉ ନ ଥିଲା । ଯେବେଠାରୁ କରନଙ୍କ ଏଂଟ୍ରି ହୋଇଛି ସବୁ କିଛି ବଦଳି ଯାଇଛି ବୋଲି କଙ୍ଗନା କହିଛନ୍ତି ।

Leave A Reply

Your email address will not be published.