ଭୁବନେଶ୍ୱର: ବିଧାନସଭାରେ ଉଠିଲା ଜାଲ୍ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରସଙ୍ଗ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୃହରେ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ଶାସକ ଦଳର ନେତାଙ୍କର ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ଜିଲ୍ଲାରେ ରାକେଟ୍ ଏହି ଚାଲିଛି ଏବଂ ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି । ବିଜେଡି ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି। ଏନଏସଏରେ ବୁକ ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ।
ସେ କହିଛନ୍ତି, ନବମ ପାସ କରିଥିବା ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାସ୍ କରିଛନ୍ତି। ଜାଲ୍ ସାର୍ଟିିଫିକେଟ ତିଆରି କରାଯାଇ ଏପରି ହୋଇଛି। ଏପରି ଜାଲ୍ ସାର୍ଟିଫିକେଟ ଜରିଆରେ ଅନେକ ବ୍ୟକ୍ତିି ସରକାରୀ ଚାକିରି ମଧ୍ୟ ପାଇଛନ୍ତି। ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଯାଉଛି। ତେଣୁ ସରକାର ଏହି ମାମଲାରେ ମୂଳ ପର୍ଯ୍ୟନ୍ତ ଯାଇ ତଦନ୍ତ କରୁନ୍ତି। ଯେଉଁମାନେ ଏହି ମାମଲାରେ ଜଡିତ ଅଛନ୍ତି ତାଙ୍କ ବିରୋଧରେ ଏନଏସଏ ଲଗାନ୍ତୁ ବୋଲି ବିଧାୟକ ସାଲୁଜା ଦାବି କରିଛନ୍ତି।
ଅନ୍ୟପଟେ ଅନ୍ୟ ରାଜ୍ୟକୁ ଟିମ୍ ପଠାଇ ସାର୍ଟିଫିକେଟ୍ ଜାଲିଆତି ମାମଲାରେ ବଲାଙ୍ଗୀର ପୁଲିସ ସର୍ବଭାରତୀୟ ଲିଙ୍କ୍ ଖୋଳିବାକୁ ପ୍ରସ୍ତୁତ ହେଉଥିବା ବେଳେ ଡାକ ବିଭାଗ ରାଜ୍ୟରେ ଏହାର ଶେଷ ପର୍ଯ୍ୟାୟରେ ହୋଇଥିବା ନିଯୁକ୍ତି ନେଇ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି।
ପୁଲିସ ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ନିକଟରୁ ବିଭିନ୍ନ ରାଜ୍ୟର ମାଧ୍ୟମିକ ଶିକ୍ଷା, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ବୋର୍ଡର ପ୍ରାୟ ୧,୫୦୦ରୁ ୨,୦୦୦ ନକଲି ସାର୍ଟିଫିକେଟ୍ ଜବତ କରାଯାଇଛି।
ଡାକ ବିଭାଗର ଓଡ଼ିଶା ସର୍କଲ ମଧ୍ୟ ଗତ ଛଅ ମାସରେ ହୋଇଥିବା ନିଯୁକ୍ତିର ଯାଞ୍ଚ ଆରମ୍ଭ କରିଛି। ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ଚୟନ ହୋଇଥିବା ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ଏହି ତଦନ୍ତ ହେଉଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମେ ବଲାଙ୍ଗୀରରେ ପୋଷ୍ଟ ଅଫିସରେ ନିଯୁକ୍ତି ବେଳେ ଅନିୟମିତତା ସାମ୍ନାକୁ ଆସିଥିଲା। ଏହାପରେ ଫୁଲବାଣୀ ଜିଲ୍ଲାରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ସମେତ 19 ଜଣ ଗିରଫ ହୋଇଛନ୍ତି।
Comments are closed.