Latest Odisha News

BREAKING NEWS

ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ‘ଓଡ଼ିଶୀ ସଙ୍ଗୀତ ଉତ୍ସବ’ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଉତ୍ସବର ପ୍ରଥମ ସୋପାନରେ ବରିଷ୍ଠ କଣ୍ଠଶିଳ୍ପୀ ରଘୁନାଥ ପାତ୍ର ତିନୋଟି ଶ୍ରୁତିମଧୁର ପାରମ୍ପରିକ ଓଡ଼ିଶୀ ସଂଗୀତ ଗାୟନ କରିଥିଲେ । ପରେ ପରେ ବିଶିଷ୍ଟ ଶିଳ୍ପୀ କେ. ରାମାରାଓ ପାତ୍ରଙ୍କ ବୀଣା ବାଦନ କରିଥିଲେ ।କାର୍ଯ୍ୟକ୍ରମର ତୃତୀୟ ସୋପାନରେ ସଙ୍ଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ ଓ ପରିଶେଷରେ ବରିଷ୍ଠ ମର୍ଦ୍ଦଳ ବାଦକ ଜଗନ୍ନାଥ କୁଅଁରଙ୍କ ମର୍ଦ୍ଦଳ ବାଦନ ସହିତ ଉତ୍ସବ ସମାପନ ହୋଇଥିଲା ।
ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରାଚୀନ ପରମ୍ପରା, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତର ପ୍ରଚାର, ପ୍ରସାର ଏବଂ ସଚେତନତା ସୃଷ୍ଟି କରିବା ସହ ବର୍ତ୍ତମାନର ପୀଢ଼ିର କଳାକାରମାନଙ୍କୁ ଶାସ୍ତ୍ରୀୟତା ସହିତ ଅନ୍ତରଙ୍ଗ ଭାବରେ ପରିଚୟ କରାଇବା ଏବଂ ଆକୃଷ୍ଟ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଟ୍ୱତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିବା ବେଳେ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଏହି ସାଂସ୍କୃତିକ ଉତ୍ସବରେ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟି, ଗୁରୁ ନିରଞ୍ଜନ୍ ରାଉତ, ଗାୟକ, ବାଦକ, ନୃତ୍ୟଶିଳ୍ପୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ ।

Leave A Reply

Your email address will not be published.