Latest Odisha News

BREAKING NEWS

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି । ମାତ୍ର ନିଜର କିଣିଥିବା ନୂଆ କାରକୁ କ’ଣ କେହି ଫିଙ୍ଗିଦେଇ ପାରେ? ପୁଣି ଭରପୁର ଉଛୁଳୁଥିବା ନଦୀ ଭିତରକୁ କ’ଣ କେହି ଠେଲିଦେଇପାରେ ନିଜର ମୂଲ୍ୟବାନ ବିଏମଡ଼ବ୍ଲ୍ୟୁ କାର୍ ! ଏହି ଘଟଣାଟିର ଭିଡ଼ିଓ କ୍ଲିପ୍ ମଧ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଘଟଣାଟି ଏହିପରି ଯେ, ହରିୟାଣାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାପା ଏକ ମୂଲ୍ୟବାନ ବିଏମଡ଼ବ୍ଲ୍ୟୁ କାର୍ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ମାତ୍ର ପୁଅ ଜଣକ ଚାହୁଁଥିଲେ ‘ଜାଗୁଆର୍’ କାର୍ । ମାତ୍ର ମୂଲ୍ୟବାନ ବିଏମଡ଼ବ୍ଲ୍ୟୁ କାର୍ ପସନ୍ଦ ନ’ହେବାରୁ କ୍ରୋଧାନ୍ୱିତ ହୋଇ ପୁଅ ଜଣକ ନଦୀର ପ୍ରଖର ସ୍ରୋତରେ କାରଟିକୁ ଫିଙ୍ଗି ଦେଇଥିଲେ । ଏପରିକି ସୋସିଆଲ୍ ମିଡ଼ିଆରେ ଏହାକୁ ପୋଷ୍ଟ କରିବା ଲାଗି ଏହି ଘଟଣାର ଭିଡ଼ିଓ ରେକର୍ଡ଼ିଂ କରିଥିଲେ ।

ଏହି ଘଟଣାଟି ସମ୍ପର୍କରେ ଗଣମାଧ୍ୟମ ସଂସ୍ଥା ଏଏନଆଇରେ ପ୍ରକାଶିତ ହେବାପରେ ଚର୍ଚ୍ଚା ଦ୍ୱିଗୁଣିତ ହେବାରେ ଲାଗିଛି । ପରେ ଅବଶ୍ୟ ବ୍ୟକ୍ତିଜଣକ ସ୍ଥାନୀୟ ଲୋକଙ୍କୁ ଲଗାଇ ନିଜ ବିଏମଡ଼ବ୍ଲ୍ୟୁ କାରଟିକୁ ନଦୀରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ଏସମ୍ପର୍କରେ ତାଙ୍କର ବାପାଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ, ତାଙ୍କ ପୁଅର ମାନସିକ ସନ୍ତୁଳନତା ସ୍ଥିର ଅବସ୍ଥାରେ ନାହିଁ, ତେଣୁ ସେ ଏହିପରି କାଣ୍ଡ କରିଛନ୍ତି । କାରକୁ ନଦୀରେ ଫିଙ୍ଗିଥିବା ବ୍ୟକ୍ତି ଜଣକଙ୍କ ବାପା ହରିୟାଣା ରାଜ୍ୟ ମକରମପୁର ଅଞ୍ଚଳର ଜଣେ ଜମିଦାର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.