Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ : ଓସ୍କାର ବିଜେତା ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍‌ପର’ର ନିର୍ମାତା ଗୁନିତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗୋନସାଲଭେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ଦି ଏଲିଫ୍ୟାଣ୍ଟ ହ୍ୱିସପର’ ଫିଲ୍ମଟି ବିଶ୍ୱ ରେକର୍ଡ଼ କରିଛି । ଏହାର ପୁରାଟିମ୍ ସମଗ୍ର ବିଶ୍ୱରେ ଭାରତକୁ ଗର୍ବିତ କରିଛନ୍ତି । ସେଥିଲାଗି ପୁରା ଟିମ୍‌କୁ ଧନ୍ୟବାଦ । ଆଗକୁ ଆହୁରି ଉନ୍ନତ ଧରଣର ଫିଲ୍ମ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ଫିଲ୍ମ ୯୫ତମ ଏକାଡେମୀ ପୁରସ୍କାର ୨୦୨୩ରେ ‘ଦି ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ବର୍ଗ’ରେ ଓସ୍କାର ଜିତିଥିଲା ।

Comments are closed.