Latest Odisha News

BREAKING NEWS

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର…

ସମ୍ବଲପୁର: ନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଲାଗାତର ତୃତୀୟ ଦିନ ଲାଗି ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି ।

ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ରବିବାର ଦିନ ଏହାର ଜଳସ୍ତର ୬୧୩.୫୨ ଫୁଟକୁ ଛୁଇଁଛି । ଏହାକୁ ନଜରରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଲାଗି ଆସନ୍ତା ସପ୍ତାହରେ ଗେଟ୍ ଖୋଲିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୧,୪୬,୬୮୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୪,୨୮୦ ଘନଫୁଟ୍ ଜଳ ନିଷ୍କାସିତ ହେଉଛି ।

ସୂଚନାଯୋଗ୍ୟ, ଆସନ୍ତା ଅଗଷ୍ଟ ୧୪ ତାରିଖ ଦିନ ଯେକୌଣସି ମୂହୁର୍ତରେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟର୍ ସୁନିଲ କୁମାର ନାୟକ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆସନ୍ତା ଅଗଷ୍ଟ ୧୪ ତାରିଖ ମଧ୍ୟରେ ଯେଉଁ ପରିମାଣର ବର୍ଷା ହୋଇଥିବ, ତଦନୁଯାୟୀ ଯାଇ ଜଳ ନିଷ୍କାସନ ଲାଗି ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁନିଲ୍ କୁମାର ନାୟକ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।

Comments are closed.