Latest Odisha News

BREAKING NEWS

ହିନ୍ଦୋଳ ଏନଏସି ନିର୍ବାଚନ: ୧୬ରୁ ୧୧ ୱାର୍ଡ ହାତେଇଲା ବିଜେଡି

ଢେଙ୍କାନାଳ: ହିନ୍ଦାେଳ ଏନଏସି ନିର୍ବାଚନରେ ବି ବାଜିମାତ ମାରିଛି ବିଜେଡି । ହିନ୍ଦୋଳର ଏନଏସିର ୧୬ ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବାଜିମାତ ମାରିଛି ବିଜେଡି । ଦଳର କେଶବ ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଅଧ୍ୟକ୍ଷ ପଦ ହାତେଇଛନ୍ତି । ବିଜେଡି ପ୍ରାର୍ଥୀ କେଶବ ପ୍ରଧାନ ୪୩୪୭ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଶୋଭାଗିନୀ ପ୍ରଧାନ ୩୯୨୭ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ରୀତା ପଲେଇ ୨୧୯ ଖଣ୍ଡ ଭୋଟ ପାଇଛନ୍ତି ।ଅନ୍ୟପକ୍ଷେ  ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ହିନ୍ଦୋଳରେ ୯୮୬୩ ଜଣ ଭୋଟର ଥିବାବେଳେ ଏନଏସି ନିର୍ବାଚନରେ ରେକର୍ଡ ସଂଖ୍ୟକ ୮୭ ପ୍ରତିଶତ ପୋଲିଂ ହୋଇଥିଲା ।ହିନ୍ଦୋଳରେ ବିଜେଡି କ୍ଲିନ ସୁଇପ କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି ।

ସେହିପରି ଅତାବିରା ମଧ୍ୟ ବିଜେଡି କ୍ଲିନ ସୁଇପ କରିଛି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟୀ ହୋଇଥିବାବେଳେ ଗୋଟିଏ ଆସନ କଂଗ୍ରେସ ହାତକୁ ଚାଲି ଯାଇଥିଲା ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା ।

 

 

 

Comments are closed.