Latest Odisha News

BREAKING NEWS

ଆଇପିଏଲ ମ୍ୟାଚ୍ ବେଳେ ବେଟିଂ ରାକେଟ୍, ୬ ଜଣ ଗିରଫ

ସୁନ୍ଦରଗଡ: ଆଇପିଏଲ ମ୍ୟାଚ୍ ସମୟରେ ବେଟିଂ ରାକେଟ୍ ଚଳାଇଥିବା ଅଭିଯୋଗରେ ରାଉରକେଲାରୁ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅନ ଲାଇନ୍ ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଘୁନାଥପଲ୍ଲୀ ଥାନା ପୁଲିସ ଏକ ଟିମ୍ ସହ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ୬ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨୦ଟି ମୋବାଇଲ୍, ୩ଟି ଲାପଟପ୍, ୪ଟି ଏଟିଏମ କାର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ଡିଭାଇସ ଜବତ କରାଯାଇଛି। ବେଟିଂରେ ସକ୍ରିୟ ଥିବା ସଦସ୍ୟମାନେ ଚଳାଉଥିବା ଅନ୍ୟୂନ ୮ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୋଲିସ ଫ୍ରିଜ୍ କରି ଦେଇଛି।

ଅଭିଯୁକ୍ତମାନେ ଓ୍ୱେବସାଇଟ୍ rajveer.exch.com ମାଧ୍ୟମରେ ଅନଲାଇନ୍ ବେଟିଂ ରାକେଟ୍ ଚଳାଉଥିଲେ। ଲୋକଙ୍କୁ ୫ରୁ ୧୦ ଗୁଣା ରିଟର୍ଣ୍ଣର ଲୋଭ ଦେଖାଇ ପଇସା ଲଗାଉଥିଲେ। ସେମାନେ ଏହି ବେଆଇନ କାରବାର ପାଇଁ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.