Latest Odisha News

BREAKING NEWS

ପ୍ରତିଶୋଧ ନେଲା ଇସ୍ରାଏଲ; ଗାଜାର ଲେବନନ ଉପରେ କଲା ଭୟଙ୍କର ଏୟାର୍ ଷ୍ଟ୍ରାଇକ୍

ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ ଗାଜା ପକ୍ଷରୁ ଇସ୍ରାଏଲକୁ ରକେଟ୍‌ ମାଡ଼ କରାଯାଇଥିଲା। ଆଉ ଶୁକ୍ରବାର ଏସ୍ରାଏଲ୍ ଏହାର ପ୍ରତିଶୋଧ ନେଇଛି।

ଗତ ବୁଧବାର ଦିନ ଜେରୁସଲେମରେ ଥିବା ଅଲ୍‌ ଅକ୍‌ସା ମସ୍‌ଜିଦ୍‌ରେ ମାର୍‌ପିଟ୍ ହେବା ପରେ ପୁଣି ଅଶାନ୍ତ ହୋଇଛି ପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ସମ୍ପର୍କ। ଶ୍ରଦ୍ଧାଳୁମାନେ ମସ୍‌ଜିଦ୍‌ରେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ୍‌ର ସେନା କର୍ମୀ ମସ୍‌ଜିଦରେ ପଶିଥିଲେ। ଏହାପରେ ଶ୍ରଦ୍ଧାଳୁ ଓ ଇସ୍ରାଏଲ୍ ସେନା ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ପାଲେଷ୍ଟାଇନ୍ ପକ୍ଷରୁ ଏହାକୁ ବିରୋଧ କରିବା ସହ ଲେବନନ ରକେଟ୍ ମାଡ଼ କରିଥିଲା।

ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଶତ୍ରୁ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଘୋଷଣା କରିଥିଲେ। ଇସ୍ଲାମିଷ୍ଟ ଆତଙ୍କବାଦୀ ସଂଗଟନ ହମାସ ଏହି ଆକ୍ରମଣ କରିଛି ବୋଲି ଦାବି କରି ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି। ନେତନ୍ୟାହୁଙ୍କ ପ୍ରତଶ୍ରୁତିର କିଛି ସମୟ ପରେ ଲେବନନର ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପରେ ଶତ୍ରୁଙ୍କୁ ଉଚିତ ଜବାବ ଦେଇଛୁ ବୋଲି ନେତନ୍ୟାହୁ କହିଛନ୍ତି।

ଇସ୍ରାଏଲ ସେନା କହିଛି ଯେ ଆମେ ଲେବନାନରେ ସକ୍ରିୟ ଥିବା ହମାସ ଉପରେ ଆକ୍ରମଣ କରିଛୁ। ୩ ବଡ ବଡ ବିସ୍ଫୋରଣ କରାଯାଇଛି ବୋଲି ଇସ୍ରାଏଲ୍ କହିଛି।

Comments are closed.