Latest Odisha News

ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷଙ୍କୁ ଜାମିନ, ଆସନ୍ତାକାଲି ଜେଲ୍‌ରୁ ମୁକୁଳିପାରନ୍ତି

ହାଇଦ୍ରାବାଦ: ଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ। ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ୱାରଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟ। ଜେଲ୍‌ରୁ ମୁକୁଳିବା ପୂର୍ବରୁ ତାଙ୍କୁ ୱାରାଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟରେ ସର୍ତ୍ତମୁଳକ ଟଙ୍କା ପୈଠ କରିବାକୁ ହେବା। ଆସନ୍ତାକାଲି ସଞ୍ଜୟ ଜେଲ୍‌ରୁ ମୁକୁଳିପାରନ୍ତି।

BjdElectrycity

ଜାମିନ୍‌ରୁ ଆସିବା ପରେ ସଞ୍ଜୟ ଦେଶ ଛାଡ଼ି ଯାଇପାରିବେ ନାହିଁ। ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୀମନଗର ନିର୍ବାଚନ ମଣ୍ଡଳୀର ସାଂସଦ ବନ୍ଦି ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ମଧ୍ୟରାତ୍ରୀରେ ଘରୁ ଉଠାଇ ନେଇଥିଲା ପୁଲିସ। ପ୍ରଥମେ ତାଙ୍କୁ କଷ୍ଟୁଡିରେ ରଖିବା ପରେ ଗିରଫ କରିଯାଇଥିଲା

ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ମୁଖ୍ୟ ଦୋଷୀଙ୍କର ବିଜେପି ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏସ୍ଏସ୍‌ସି ପରୀକ୍ଷାରେ ଶାନ୍ତି ଭଙ୍ଗ କରିବାର ଅଭିଯୋଗ ସଞ୍ଜୟଙ୍କ ବିରୋଧରେ ରହିଛି। ତାଙ୍କୁ କରିମଗଞ୍ଜ ଜେଲ୍‌ରେ ରଖାଯାଇଛି।

ଏପ୍ରିଲ ୫ ତାରିଖରେ କୋର୍ଟ ସଞ୍ଜୟଙ୍କୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ କଷ୍ଟୁଡିକୁ ପଠାଇଥିଲେ। ଏହାପରେ ବିଜେପି ପକ୍ଷରୁ ହାଇକୋର୍ଟରେ ଆବେଦନ ହୋଇଥିଲା। ଫଳରେ ତେଲେଙ୍ଗାନା ହାଇକୋର୍ଟକ ପୁଲିସ କଷ୍ଟୁଡିକୁ ରଦ୍ଦ କରିବା ସହ ମାଜିଷ୍ଟ୍ରେଟ୍ କୋର୍ଟରେ ଜାମିନ ଆବେଦନ କରିବାକୁ ସଞ୍ଜୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.