Latest Odisha News

BREAKING NEWS

କନ୍ୟାକୁ ଦେଖି ବର ପାଗଳ, ଏମିତି ନାଚିଲେ ଲୋକେ କହିଲେ ଜୋକର

ବାହାଘର ପାଇଁ ଉଭୟ ବର ଓ କନ୍ୟା ପକ୍ଷରୁ ଦେଖାଚାହାଁ ହେଲା । ଜ୍ୟୋତିଷ ଡ଼କାଇ ଲଗ୍ନ ମଧ୍ୟ ଧାର୍ଯ୍ୟ ହେଲା । ଆଉ ଶେଷକୁ ଆସିଲା ସେହି ସ୍ମରଣୀୟ ଦିନ । ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ରୋଷଣୀ କରି କନ୍ୟାଘରେ ପହଞ୍ôଚଲେ ବରପକ୍ଷ । ଆଉ ଏହି ସମୟରେ ଆଖି ଖୋଜୁଥିବା ଚେହେରା ଉପରେ ବରର ନଜର ଆସିଲା । ସବୁ ଉତ୍ସାହ ଓ ଅପେକ୍ଷାକୁ ପଛ କରି କନ୍ୟାକୁ ଦେଖି ବିଭୋର ହୋଇଗଲେ ଖୋଦ୍ ବର । ନିଜକୁ ନିୟନ୍ତ୍ରଣ କରି ନ ପାରି କନ୍ୟା ସମ୍ମୁଖରେ ଏମିତି ନାଚିଲେ ଯେ, କନ୍ୟା ଘର ଲୋକ ତଟସ୍ଥ ହୋଇଗଲେ । କେହି କେହି ତାକୁ ପାଗଳ କିମ୍ବା ଜୋକର ବୋଲି ଆଖ୍ୟା ମଧ୍ୟ ଦେଲେ । ଏଭଳି ଘଟଣାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଜୋର ଚର୍ଚ୍ଚା ।

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରୋଷଣୀ କରି ବରଯାତ୍ରୀ ଓ ପରିବାର ଲୋକଙ୍କ ସହ କନ୍ୟା ଘରେ ପହଞ୍ଚିଲେ ସମସ୍ତେ । ନିତୀରିତୀ ବି ଆରମ୍ଭ ହେଲା । ଏଭଳି ସମୟରେ କନ୍ୟାକୁ ଦେଖିଲା ବର । ନିଜକୁ ନିୟନ୍ତ୍ରଣ କରି ନ ପାରି କନ୍ୟା ପ୍ରବେଶ କରିବା ମାତ୍ରେ ବରପାତ୍ର ଜଣକ ତାଙ୍କୁ ଗୋଲାପ ଫୁଲ ଦେଉଛନ୍ତି । ଖାଲି ଫୁଲ ଦେଉଛନ୍ତି ତାହା ନୁହେଁ ବରଂ ତୁ ମେରୀ ଜାନ ଗୀତରେ ନାଚିବା ଆରମ୍ଭ କରୁଛନ୍ତି । ଏଭଳି ସମୟରେ ହଠାତ୍ ବରର ଡ଼୍ୟାନ୍ସକୁ ଦେଖି କାହା ମୁହଁରେ ଭାଷା ନ ଥିଲା । ହେଲେ କାହାକୁ ଖାତିର ନ କରି ନାଚିବାରେ ମଜିଯାଇଥିଲେ ବର । ହେଲେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବରକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଲୋକେ । କେହି କେହି ତାଙ୍କୁ ପାଗଳ ବୋଲି ମତ ଦେଇଥିବା ବେଳେ ଆଉ କିଏ ଜୋକର ବୋଲି କହିଛନ୍ତି ।

Comments are closed.