ନୂଆଦିଲ୍ଲୀ: ଆଉ ଏକ ଅର୍ଚ୍ଚନା ନାଗ । ଜଣେ ପତି, ୧୮ ବୟ ଫ୍ରେଣ୍ଡ । ୨ କୋଟିରୁ ଅଧିକ ଠକେଇ.. । ଶେଷରେ ହାତରେ ପଡିଲା ହାତକଡି । ଏ ହେଉଛି ଜଣେ ବିବାହିତା ମହିଳାଙ୍କ କାରନାମା । ଏମିତି କରବା ପଛରେ ଗୋଟିଏ ଉଦ୍ଦେଶ୍ୟ । ଏକ ବିଳାସପୂର୍ଣ୍ଣ ଜୀବନ ଜିଇଁବା । ଏଥିପାଇଁ ୨୦ ଜଣ ପୁରୁଷଙ୍କୁ ଠକିବା ପରେ ଶେଷରେ ପୋଲିସ ତାଙ୍କୁ ଧରିଛି । ଧରିବା ପରେ ତାଙ୍କ ବିଷୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ।
ସାଉଥ ଚାଇନାରୁ ପ୍ରକାଶିତ ମର୍ଣ୍ଣିଂ ପୋଷ୍ଟ ସୂଚନା ଅନୁସାରେ, ସାଂଘାଇ ପୋଲିସ ୨୯ ବର୍ଷୀୟ ଏହି ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ନାମ ସରନେମ ବୁ । ପରୁଷଙ୍କ ପ୍ରେମର ଛଳନା କରି ତାଙ୍କ ପକେଟ ଖାଲି କରୁଥିଲେ । ୨୦୧୭ରେ ସେ ଏକ ଡର୍ଜନରୁ ଅଧିକ ପୁରୁଷଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ।
ସବୁଠାରୁ ମଜା କଥା ହେଉଛି, ସେ ଏକା ସାଙ୍ଗରେ ୧୮ ଜଣ ପୁରୁଷଙ୍କୁ ଡେଟ କରୁଥିଲେ । ହେଲେ ଧରା ପଡୁ ନ ଥିଲେ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିବାହ କରିବାର ପ୍ରତିଶ୍ରୁତି ବି ଦେଇଥିଲେ । ଯେତେବଳେ ଯୁବକମାନେ ତାଙ୍କ ପ୍ରେମରେ ପାଗଳ ହୋଇ ଯାଉଥିଲେ ସେତେବେଳେ ସେ ଟଙ୍କା ଅସୁଲ କରୁଥିଲେ ।
କେତେବେଳେ କହୁଥିଲେ ବାପାଙ୍କୁ କ୍ୟାନ୍ସର, ଚିକିତ୍ସା ପାଇଁ ଅର୍ଥ ଦରକାର ତ କେତେବେଳେ କହୁଥିଲେ ଭାଇର ବାହାଘର ଟଙ୍କା ଦିଅ । ଏମିତି କହି ଟଙ୍କା ଲୁଟୁଥିଲେ ବୁ ।
ବୁ ପେଷାରେ ଜଣେ ମଡେଲ । ୨୦୧୪ରେ ସେ ଆଇନଗତ ଭାବେ ଜେଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଏକ ପୁଅ ଅଛି । ହେଲେ ଏ ବିଷୟରେ ତାଙ୍କର ପୁରୁଷ ବନ୍ଧୁ ଜାଣନ୍ତିନି । ହେଲେ କିଛି ବ୍ୟକ୍ତିଙ୍କୁ ବୁ’ଙ୍କୁ ସନ୍ଦେହ କରିବା ଆରମ୍ଭ କଲେ । ସେ ତାଙ୍କର ଟଙ୍କା ଫେରସ୍ତ ମାଗିଲେ । ହେଲେ ବୁ ଟଙ୍କା ନ ଫେରାଇବାରୁ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ । ଏପରି ଧମକ ପାଇବା ପରେ ବୁ ପୁଣି ପୁରୁଷ ବନ୍ଧୁ ବଦଳାଇବାକୁ ଲାଗିଲେ । ସେମାନଙ୍କୁ ପୁଟି ଲୁଟିବାକୁ ଲାଗିଲେ । ଏମିତି ତାଙ୍କର ପୁରୁଷ ବନ୍ଧୁଙ୍କ ତାଲିକା ଲମ୍ବିବାରେ ଲାଗିଲା ।
ଯାହା ବି ହେଉ ସାଂଘାଇ, ପୋଲିସ ବୁଙ୍କୁ ଗିରଫ କରିଛି । ପ୍ରଥମେ ତ ଦୋଷ ସ୍ୱୀକାର କରୁନ ଥିଲା । ଅବିବାହିତ ବୋଲି କହୁଥିଲା । ହେଲେ ପୋଲିସର ଘନଜନ ଜେରା ପରେ ଦୋଷ ସ୍ୱୀକାର କରିଥିଲେ ।
BREAKING NEWS
- ଲସ୍ ଏଞ୍ଜେଲସ୍ ୨୦୨୮ ପାଇଁ କିଭଳି ଟିକେଟ୍ ପାଇବେ ନୀରଜ ଚୋପ୍ରା?
- କୈକେୟୀ ଲୁକ୍ ପଛର ସଂଘର୍ଷ: ‘ରାମାୟଣ’ ସୁଟିଂ ବେଳେ ଲାରା ଦତ୍ତାଙ୍କ ହାତର ବ୍ରେସଲେଟ୍କୁ କରତରେ କାଟିଲା ଟିମ୍
- ପ୍ରଥମ ଥର ହରର୍ ଫିଲ୍ମରେ ନଜର ଆସିବେ ବରୁଣ ଧୱନ, ଜାଣନ୍ତୁ କେବେ ରିଲିଜ ହେବ…
- ସୁନା ଦୋକାନ ଲୁଟ୍ ଉଦ୍ୟମ ପଣ୍ଡ, ସଫ୍ଟୱେୟାର ଇଞ୍ଜିନିୟର ଗିରଫ
- ସମୁଦ୍ରରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ୧୭ରୁ ୨୦ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
- ଓଡ଼ିଶା ପାଭିଲିୟନ୍ ଉଦ୍ଘାଟିତ; ପ୍ରଦର୍ଶିତ ହେଉଛି ରାଜ୍ୟର ସମୃଦ୍ଧ ଐତିହ୍ୟ ଓ ଉଦୀୟମାନ ଅର୍ଥନୈତିକ ସମ୍ଭାବନା
- ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ; ମାଟି ତଳୁ ମିଳିଲା କଙ୍କାଳ
- ଅଣ୍ଡର୍-୧୯ ଏସିଆ କପ୍: ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଚାମ୍ପିୟନ ହେଲା ଭାରତ
- ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଶୁଭ୍ରାଂଶୁ ସେନାପତିଙ୍କ ବିସ୍ଫୋରକ ୮୯ ରନ୍ ସତ୍ତ୍ୱେ ହାରିଲା ଓଡ଼ିଶା
- ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଉଦ୍ଘାଟିତ;୧୦ଟି ଦେଶର ୧୭ଟି ଟିମ୍ ଅଂଶଗ୍ରହଣ
Comments are closed.