ଅମୃତସର: ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ଗିରଫ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଅମ୍ରିତ ପାଲର ଅତି ନିକଟତମ ସହଯୋଗୀ ପପଲପ୍ରୀତ ସିଂହଙ୍କୁ ଗିରଫ କରିଛି । ପଞ୍ଜାବ ହୋଶିଆରପରରୁ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ପଞ୍ଜାବ କାଉଣ୍ଟର ଇଣ୍ଟେଲିଜେନ୍ସର ଜଏଣ୍ଟ ଅପରେଶନରେ ତାଙ୍କୁ ଗିରଫ କରାଯାଇଛି ।
ନିକଟରେ ଅମ୍ରିତପାଲ ଏବଂ ପପଲପ୍ରୀତଙ୍କ ସେଲଫି ସାମ୍ନାକୁ ଆସିଥିଲା । ଫଟୋରେ ଉଭୟଙ୍କ ହାତରେ ମୃଦୁ ପାନୀୟ ବୋତଲ ହାତରେ ଥିବା ଦେଖିବାକୁ ମିଳିଥିଲା । ତେବେ ଫଟୋ କେବେକାର ଏବଂ କେଉଁଠି ଉଠାଯାଇଛି ସେ ବିଷୟରେ କିଛି ଜଣା ପଡି ନ ଥିଲା । ଏଥରେ ଅମ୍ରିତପାଲ ମେରୁନ ରଙ୍ଗର ପଗଡି ଏବଂ ସ୍ପେଟସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏଥସହିତ କଳାଚଷମା ମଧ୍ୟ ପିନ୍ଧିଥିଲା । ଏଥିରେ ପପଲସିଂହ କଳା ରଙ୍ଗରା ପଗଡି ପିନ୍ଧିଥିଲା ।
ପପଲସଂହ ପଞ୍ଜାବର ଅମୃତସରର ମରଡୀକଲାଂ ଗାଁରେ ରୁହେ । ସେ ବାରିସି ପଞ୍ଜାବ ଦେ ସଂଗଠନକୁ ମଜବୁତ କରିବା ପାଇଁ ସେ କାମ କରୁଥିଲା । ଏଥିସହିତ ଖଲିସ୍ଥାନ ଗଠନର ବ୍ଲୁ ପ୍ରିଣ୍ଟ ଗଠନର ଷଡଯନ୍ତ୍ର ସେ ହିଁ କରିଥିଲା । ମାର୍ଚ୍ଚ ୧୮ ତାରିଖ ପରେ ଅମୃତପାଲଙ୍କୁ ଫେରାର କରାଇବାରେ ପପଲପ୍ରୀତଙ୍କର ମୁଖ୍ୟ ଭୂମିକା ଥିଲା ।
ପପଲପ୍ରୀତ ସିଂହଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ବଡ ସଫଳତା । ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି ।
Comments are closed.