Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: କଂଗ୍ରେସରୁ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ଝାରସୁ୍ଗୁଡା: ଶେଷରେ ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତରୁଣ ପାଣ୍ଡେ କଂଗ୍ରେସରୁ ଲଢିବେ ବୋଲି ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି।

ତରୁଣ  ପାଣ୍ଡେଙ୍କ ବାପା  ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ  ୩ ଥର ବିଧାୟକ  ଥିଲେ । ଏହି ଆସନରୁ ସେ ୧୯୮୦, ୧୯୮୫ ଏବଂ ୧୯୯୫ରେ ବିଧାୟକ ଭାବେ ଜିତିଥିଲେ । ଗତ ମାସରେ ତାଙ୍କର ପରଲୋକ ହୋଇଯାଇଛି ।  ତାଙ୍କ ସମୟରେ ଜିଲ୍ଲାରେ ଅନେକ ଉନ୍ନତିମୂଳକ କାମ ହୋଇଥିଲା । ହାଇସ୍କୁଲ, କଲେଜ, ଡାକ୍ତରଖାନା ପରି ଅନେକ ଉନ୍ନୟନ ମୂଳକ କାମ ସେ କରିଛନ୍ତି । ଜିଲ୍ଲାରେ ତରୁଣଙ୍କ ପ୍ରଭାବ ମଧ୍ୟ ରହିଛି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ବରିଷ୍ଠ ନେତାଙ୍କୁ ନେଇ ଗଠିତ ଟିମ ତରୁଣ ନାମ ଅନୁମୋଦନ କରିଥିଲେ ।

ତରୁଣଙ୍କୁ ପ୍ରାର୍ଥୀ କରିବା ନେଇ ମଧ୍ୟ ଗତକାଲି ସୂଚନା ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ।   ତରୁଣଙ୍କୁ  ଟିକେଟ ମିଳିଲେ  ଝାରସୁଗୁଡାରେ କଂଗ୍ରେସ ଜିତିବ ବୋଲି ମଧ୍ୟ ଦାବି କରିଥିଲେ ସୁର ।

ମେ’ ୧୦ ରେ ହେବ ଝାରସୁୁଗୁଡା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ । ଏ ନେଇ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି । ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ତେବେ ବିଜେପି କାହାକୁ ପ୍ରାର୍ଥୀ କରବ ତା ଉପରେ ସମସ୍ତଙ୍କ ଆଖି ।

 

Comments are closed.