ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ\’ର ଟ୍ରେଲର ରିଲିଜ୍ ହୋଇଯାଇଛି । ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଏହି ଟ୍ରେଲରକୁ ଅପେକ୍ଷା କରିଥିଲେ । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିରେ ସଲମାନ ଖାନଙ୍କ ବ୍ୟତୀତ ଭେଙ୍କଟେଶ, ପୂଜା ହେଗଡେ ଏବଂ ଜଗପାଠୀ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ଟ୍ରେଲର ଆରମ୍ଭରେ ସଲମାନ ଖାନଙ୍କ ଏଣ୍ଟ୍ରି ହେଉଛି ଏବଂ ପରେ ସଲମନଙ୍କ ସ୍ୱରରେ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରାଯାଉଛି । ଏହା ପରେ ଅଭିନେତ୍ରୀ ପୂଜା ହେଗଡେ ସଲମାନଙ୍କୁ ପଚାରୁଛନ୍ତି, ତୁମର ନାମ କ’ଣ? ସଲମାନ ଉତ୍ତର ଦିଅନ୍ତି, ମୋର କୌଣସି ନାମ ନାହିଁ । ମୁଁ ଭାଇଜାନ ନାମରେ ଜଣାଶୁଣା । ପ୍ରଥମ ଦେଖାରେ ପୂଜା ସଲମାନଙ୍କ ପ୍ରେମରେ ପଡିଯାଉଛନ୍ତି । ପରେ ପୂଜା ସଲମାନଙ୍କୁ ଭାଇ ଡାକିବାବେଳେ ଜିଭ କାମୁଡ଼ି ଦେଉଛନ୍ତି । ପରେ ଜାନ୍ ଡ଼ାକିବେ ବୋଲି କହିଛନ୍ତି । ଏହି ଟ୍ରେଲରକୁ ସିନେପ୍ରେମୀ ବେଶ୍ ପସନ୍ଦ କରିଛନ୍ତି ।
BREAKING NEWS
- ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ
- ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ
- ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!
- ଦୁର୍ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ବାମୀ ମୃତ…
- ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ଅପପ୍ରଚାର, ଏଫ୍ଆଇଆର୍ ରୁଜୁ…
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
- MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ
- Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ
- ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି
Comments are closed.