Latest Odisha News

BREAKING NEWS

ଓଡ଼ିଆ ନବବର୍ଷ ଉପଲକ୍ଷେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ବାଲୁକା କଳାରେ ହନୁମାନଙ୍କର ପ୍ରତିମୂର୍ତ୍ତି କରିଛନ୍ତି । ଏଥିସହ ଓଡ଼ିଆ ନବବର୍ଷ ହନୁମାନ ଜୟନ୍ତୀ ଅବସରରେ ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଭିଡିଓ ଟ୍ୱିଟ୍ ସେୟାର୍ କରିଛନ୍ତି । ଯେଉଁଥିରେ ତାଙ୍କ ଝିଅ ସାନ୍‌ଭି ଗୀତ ଗାଇଥିବାର ସେ କ୍ୟାପସନ୍‌ରେ ଲେଖିଛନ୍ତି  ।

ଅନ୍ୟପକ୍ଷରେ ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ହୋଇଥିବାରୁ ସବୁଠି ଉତ୍ସବ ମୁଖର ପରିବେଶ । ପ୍ରତି ଘରେ ଘରେ ପଣାର ଆସର ଜମୁଛି । ବିଭିନ୍ନ ମନ୍ଦିର ମାନଙ୍କରେ ପଣା ଭୋଗ ଲାଗି କରାଯାଉଛି ।

 

Comments are closed.