Latest Odisha News

BREAKING NEWS

୫ଟି ବନ୍ୟା ପ୍ରପୀଡ଼ିତ ଜିଲ୍ଲାରେ ୭ଦିନିଆ ରିଲିଫ୍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହି ବନ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଆଗାମୀ ୭ଦିନ ଲାଗି ରିଲିଫ୍ ବଣ୍ଟନ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପରିସ୍ଥିତିର ଗମ୍ଭୀରତା ସମ୍ପର୍କରେ ପଚାରି ବୁଝିଥିଲେ ନବୀନ ।

ମିଳିଥିବା ସୂଚନାନୁଯାୟୀ, ବୟସ୍କଙ୍କ ଲାଗି ଦୈନିକ ୬୦ ଟଙ୍କା ଏବଂ ପିଲାମାନଙ୍କ ଲାଗି ଦୈନିକ ୪୫ଟଙ୍କା ଲେଖାଏଁ ଆଗାମୀ ୭ଦିନ ରିଲିଫ ଯୋଗାଇଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ୫ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଙ୍ଗଳବାର ଦିନ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ତୁରନ୍ତ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଏସଆରସି ।

ଅଧିକ ପଢନ୍ତୁ: ୫ଟି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ପ୍ରଦାନ କରିଥିଲେ ।

Leave A Reply

Your email address will not be published.