Latest Odisha News

BREAKING NEWS

ସମ୍ବଲପୁରରେ କର୍ଫ୍ୟୁ କୋହଳ, ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ସ୍ଥିତି ସୁଧାର ଆସୁଛି । ଆଜିଠୁ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିବ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ କଟକଣା ବୃଦ୍ଧି କରାଯାଇଛି ।

ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିଭଳି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ ହେବ । କର୍ଫ୍ୟୁ ବେଳେ ଲାଗୁଥିବା ଅନ୍ୟ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିବ । ଏନେଇ ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଅନ୍ୟପଟେ ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖ ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣ ଗିରଫ ହୋଇଛନ୍ତି । ଏଥିସହ ମୋଟ୍ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି ।

Leave A Reply

Your email address will not be published.