Latest Odisha News

BREAKING NEWS

ପ୍ରବଳ ଖରାରେ ଭୂଷଣ ପୁରସ୍କାର ଉତ୍ସବ, ଚାଲିଗଲା ୧୧ ଜୀବନ

ମୁମ୍ବାଇ: ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖୋଦ୍ ସରକାର ପରାମର୍ଶ ଦେଉଛନ୍ତି ଖରା ବେଳେ ଘରୁ ବାହାରନ୍ତୁ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ଲକ୍ଷାଧିକ ଲୋକଙ୍କୁ ଏକାଠି କରାଯାଇଛି । ଆଉ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ଯୁ ହୋଇଛି । ଏଭଳି ଅଘଟଣ ରବିବାର ଘଟିଛି ମହାରାଷ୍ଟ୍ରର ଭୂଷଣ ପୁରସ୍କାର ଉତ୍ସବରେ ।

ଭୂଷଣ ଉତ୍ସବରେ ୧୧ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ବେଳେ ୨୪ ଜଣଙ୍କ ଚିକିତ୍ସା ମେଡିକାଲରେ କରାଯାଉଛି । ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ରହିଥିବା ବେଳେ ଅଧିକାଂଶ ବୟସ୍କ ବୋଲି ଜଣାପଡ଼ିଛି । ନଭି ମୁମ୍ବାଇ ଖାରଘରର ଏକ ବଡ଼ ପଡ଼ିଆରେ ଦିନ ୧୧ଟା ୩୦ରୁ ଦିନ ଗୋଟାଏ ଯାଏ କାର୍ଯ୍ୟକ୍ରମ ଚାଲିଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅକନାଥ ସିନ୍ଧେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ୍ ହୋଇଥିବା ବେଳେ ଟେଣ୍ଟର କୌଣସି ବ୍ୟବସ୍ଥା ହୋଇ ନଥିଲା । ଫଳରେ ଖରାରେ ଅଚେତ୍ ହେବାରେ ଲାଗିଥିଲେ ଲୋକେ ।

ଅଘଟଣ ପରେ ମୁଖ୍ୟମନ୍ତ୍ରୀ ସିନ୍ଧେ ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିଛନ୍ତି । ଘଟଣାକୁ ସିନ୍ଧେ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସେପଟେ ବିରୋଧୀ ଉଦ୍ଧବ ଠାକରେ ଅଘଟଣର ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ପ୍ରସ୍ତୁତି ଠିକ୍ ଭାବେ କରାଯାଇ ନଥିବାରୁ ଏଭଳି ଘଟିଲା । ଏନସିପି ନେତା ଅଜିତ ପାୱାର କହିଛନ୍ତି, ଏହି ଅଘଟଣ ବହୁତ ବଡ଼ । ଯାଞ୍ଚ ହେଉ ।

Leave A Reply

Your email address will not be published.