Latest Odisha News

ଗଞ୍ଜାମ ଜିଲ୍ଲା ପରିଷଦକୁ ମିଳିଲା ୨୦୨୩ ଜାତୀୟ ପଞ୍ଚାୟତ ପୁରସ୍କାର

ନୂଆଦିଲ୍ଲୀ:ବିଜ୍ଞାନ ଭବନରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦକୁ ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ସମ୍ମାନ ମିଳିଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ପରିଷଦ ସମେତ ପଶ୍ଚିମ ଓଡ଼ଶାର ହିଞ୍ଜଳିକାଟୁ ବ୍ଲକକୁ ମିଳିଛି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର । ଉଭୟ ଜିଲ୍ଲା ପରିଷଦ ଏବଂ ବ୍ଲକ  ନିଜ ନିଜ କ୍ଷେତ୍ରରେ ଉତ୍ତର ପ୍ରଦର୍ଶନ ପାଇଁ ପ୍ରଥମ ପୁରସ୍କାର ହାତେଇଛନ୍ତି ।

ଏହା ବ୍ୟତୀତ ରାଜ୍ୟର ଅନ୍ୟ ୬ଟି  ପଞ୍ଚାୟତକୁ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଛି । ସବୁକୁ ମିଶାଇ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ୮ଟ ପୁରସ୍କାର ପାଇଛି ।

ଗଞ୍ଜାମ ଜିଲ୍ଲା ପରିଷଦ ଏହି ପୁରସ୍କାର ବାବଦରେ ୫ କୋଟି ଟଙ୍କା ପାଇଛି । ସେହିପରି ହିଞ୍ଜିଳିକାଟୁ ବ୍ଲକକୁ ୨ କୋଟି ମିଳିଛି । ଅନ୍ୟ ପଞ୍ଚାୟତକୁ ୫୦ରୁ ୭୫ ଲକ୍ଷ  ଲେଖାଏ ପୁରସ୍କାର ରାଶି ମିଳିଛି । ସୂଚନାଥାଉ କି, ଏହି ଯୋଜନା ଅନୁସାରେ, ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିଲା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତକୁ ଏହି ଜାତୀୟ ସମ୍ମାନ ପ୍ରଦାନ କରାଯାଇଥାଏ ।

Comments are closed.