ପ୍ୟାରିସ୍: ଟାଟୁ ହେଉଛି ଏପରି ଏକ କଳା, ଯାହାକୁ ଲୋକମାନେ ନିଜ ଶରୀରରେ ପ୍ରୟୋଗ କରନ୍ତି । ପୂର୍ବ କାଳରେ, ଲୋକମାନେ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ , କାହାର ନାମ କିମ୍ବା କୌଣସି ଚିହ୍ନକୁ ଟାଟୁ କରିବା ପାଇଁ ଆଗ୍ରହୀ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହି ଟାଟୁ କରିବାକୁ ପାଗଳ ହୋଇଯାଉଛନ୍ତି । ଫ୍ରାନ୍ସର ଜଣେ ଯୁବକ ତାଙ୍କ ପୁରା ଶରୀରକୁ ଟାଟୁରେ ଉତ୍ତାରିଛନ୍ତି, ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ ।
ଫ୍ରାନ୍ସର ପ୍ୟାରିସରେ ରୁହନ୍ତି ୩୭ ବର୍ଷୀୟ ସିଲଭେନ ହେଲେନ । ବୃତ୍ତିରେ ସେ ଜଣେ ଶିକ୍ଷକ । ତାଙ୍କର ହବି ଟାଟୁ କରିବା । ଏହି ସଉକ୍ ପୂରଣ କରିବାକୁ ଯାଇ ସିଲଭେନ୍ ନିଜ ଶରୀରରେ ଏମିତି ଟାଟୁ କରିଛନ୍ତି ଯେ, କେଉଁଠି ବି ଟିକେ ଜାଗା ଛାଡ଼ି ନାହାନ୍ତି । ଏଥିଲାଗି ତାଙ୍କୁ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛିି ।
ସେଲଭାନ୍ କେବଳ ଜଣେ ଶିକ୍ଷକ ତାହା ନୁହେଁ, ସେ ଏକାଧାରରେ ମଡେଲ୍, ଅଭିନେତା ମଧ୍ୟ । ତାଙ୍କୁ ଦୁନିଆର ସବୁଠାରୁ ଟାଟୁ ଧାରଣ କରିଥିବା ଶିକ୍ଷକ ବୋଲି ଲୋକେ କୁହନ୍ତି । ଏନେଇ ସେଲ୍ଭାନ କୁହନ୍ତି, ନିଜ ଦେହରେ ଟାଟୁ କରିବାକୁ ସେ ଖୁବ୍ ପସନ୍ଦ କରନ୍ତି । ସେଥିଲାଗି ୧୦ ବର୍ଷ ପୂର୍ବେ ସେ ତାଙ୍କ ଜୀବନର ପ୍ରଥମ ଟାଟୁ କରିଥିଲେ । ଏହା ପରେ ଧୀରେ ଧୀରେ ପୁରା ଶରୀର ଟାଟୁ କରିବାକୁ ଲାଗିଲେ । ସେ ନିଜ ଶରୀରକୁ ଏପରି ଟାଟୁରେ ସଜେଇଥିବାରୁ ବହୁତ ଖୁସି । ସେ ଯୁଆଡ଼େ ଯାଆନ୍ତି ଲୋକେ ତାଙ୍କୁ ଦେଖିବାକୁ ଭିଡ଼ ଜମାନ୍ତି ।
BREAKING NEWS
- ଟ୍ରକକୁ ପଛରୁ ଧକ୍କା ଦେଲା ବସ୍; ୩୩ ଆହତ, ୧୦ ଗୁରୁତର
- ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…
- ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍ 3, ୪୦୦ କୋଟି ପାର୍
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

Comments are closed.