Latest Odisha News

BREAKING NEWS

ରାମଚରଣଙ୍କ ସହ ସ୍କ୍ରିନ୍ ସେୟାର କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଫିଲ୍ମର ସଫଳତା ପରେ ଅଭିନେତା ରାମଚରଣଙ୍କ ଚାହିଦା ଖୁବ୍ ବଢିଯାଇଛି । ଏବେ ତାଙ୍କ ସହିତ କାମ କରିବାକୁ ପ୍ରତ୍ୟେକ ଅଭିନେତ୍ରୀ ଚାହିଁ ରହିଛନ୍ତି । ହେଲେ ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ଼ର ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମ ଜାହ୍ନବୀଙ୍କ ହେବ ଦ୍ୱିତୀୟ ତେଲୁଗୁ ଫିଲ୍ମ । ପୂର୍ବରୁ ଜାହ୍ନବୀ ଏବଂ ଜୁନିଅର ଏନଟିଆର ଫିଲ୍ମ ‘ଏନଟିଆର-୩୦’ ରେ ଏକାଠି କାମ କରୁଛନ୍ତି । ଏବେ ଜାହ୍ନବୀ ରାମଚରଣଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଫିଲ୍ମ ‘ଏନଟିଆର-୩୦’ ଜରିଆରେ ଜାହ୍ନବୀ ସାଉଥ ଫିଲ୍ମରେ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମରେ ରାମଚରଣ ଡ଼ବଲ ରୋଲରେ ଅଭିନୟ କରିବେ । ଏଥିରେ ଜାହ୍ନବୀ ଓ ମୃଣାଲୀନ୍ ଠାକୁର ଅଭିନୟ କରିବେ । ଏଥିରେ ନିର୍ଦ୍ଦେଶନା ଦେବେ ସାନା ବୁଚ୍ଚି ବାବୁ । ଏହି ଫିଲ୍ମର ଅଫର ଅନେକ ଅଭିନେତ୍ରୀଙ୍କ ମଧ୍ୟରୁ ଜାହ୍ନବୀଙ୍କୁ ମିଳିଛି । ଏନେଇ ଜାହ୍ନବୀ କହିଛନ୍ତି ଯେ, ଅଭିନେତା ରାମଚରଣଙ୍କ ସହ କାମ କରିବା ଭାଗ୍ୟରେ ଥିଲେ ମିଳେ । କାରଣ ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ବହୁତ ଆଗ୍ରହୀ । ହେଲେ ଅନେକ ଅଭିନେତ୍ରୀଙ୍କ ମଧ୍ୟରୁ ତାଙ୍କ ସହ କାମ କରିବାକୁ ମୋତେ ଚୟନ କରାଯାଇଥିବାରୁ ମୁଁ ବହୁତ ଖୁସି ।

Comments are closed.