Latest Odisha News

ମାଟ୍ରିକ୍ ପରୀକ୍ଷା ଉତ୍ତରଖାତା ନେଇ ଘରକୁ ପଳାଇଲେ ଛାତ୍ରୀ, ତା’ପରେ…

ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଶେଷ ପରେ ଖାତା ଦେଖା ବି ସରିଛି । ଖାତା ଦେଖା ସରିବା ପରେ ବାଲେଶ୍ୱରରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ । ମାଟ୍ରିକ୍ ପରୀକ୍ଷାର୍ଥୀ ଦେଇଥିବା ଜଣେ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା ।

ସୂଚନା ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ ଛାତ୍ରୀ ଜଣଙ୍କ ସିମୁଳିଆ ବ୍ଲକ ଜାମୁଝଡ଼ି ସ୍ଥିତ ଦାମୋଦର ସରକାରୀ ହାଇସ୍କୁଲରେ ଗଣିତ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ପରେ ପରୀକ୍ଷା ନିରୀକ୍ଷକଙ୍କୁ ଉତ୍ତରଖାତା ଦେବା ପରିବର୍ତ୍ତେ ଛାତ୍ରୀ ଜଣଙ୍କ ନିଜ ସାଥିରେ ଘରକୁ ନେଇ ପଳାଇଥିଲେ ।

ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ସାଲେପୁର ସ୍ଥିତ କେନ୍ଦ୍ରରେ ଏହା ଜଣାପଡ଼ିଥିଲା । ପରୀକ୍ଷା ଦିନ ଛାତ୍ରୀ ଜଣଙ୍କ ଉପସ୍ଥିତ ରହିଥିବା ବେଳେ ଉତ୍ତରଖାତା ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼ । ଏହାପରେ ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ, ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ ।

ଏହାପରେ ଯାଞ୍ଚ କରାଯାଇ ଉତ୍ତରଖାତାକୁ ମୂଲ୍ୟାୟନ ଲାଗି ପଠାଯାଇଥିଲା । ଏ ଘଟଣା ପରେ ସିମୁଳିଆ ବିଇଓ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏନେଇ ଛାତ୍ରୀ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।

Comments are closed.