Latest Odisha News

BREAKING NEWS

ଅଜବ ନାମକରଣ : ବାପାମାଆ,୩ ପିଲାଙ୍କ ନାଁ ସମାନ

ଜଣେ ବ୍ୟକ୍ତିର ନାମ ହେଉଛି ତାଙ୍କର ପରିଚୟ । ସେ ସେହି ପରିଚୟ ଦ୍ୱାରା ସାରା ଜୀବନ ପରିଚିତ ହୋଇଥାଏ । ତେଣୁ ନାମର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଉପରେ ବହୁତ ଗୁରୁତ୍ୱ ରଖେ । ସେଥିଲାଗି ପ୍ରତ୍ୟେକ ବାପାମାଆ ପିଲା ଜନ୍ମ ପୂର୍ବରୁ ନାମ ବାଛିକି ରଖିଥାନ୍ତି । ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କ ନାମରେ ନିଜ ପିଲାମାନଙ୍କର ନାମ ମଧ୍ୟ ଦିଅନ୍ତି । କିଛି ଲୋକ ସେମାନଙ୍କର ନାମ ପିଲାମାନଙ୍କ ସହିତ ଯୋଡ଼ି କି ମଧ୍ୟ ଦେଇଥାନ୍ତିି । କିନ୍ତୁ ଏମିତି ଏକ ଦମ୍ପତ୍ତି ନିଜ ପରିବାରର ସଦସ୍ୟଙ୍କ ନାମ ଏକ ପ୍ରକାର ଦେଇକି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଆଲେକ୍ସଜାଣ୍ଡାରିଆ ନାମକ ଏହି ମହିଳା ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ପିଲାମାନଙ୍କର ନାମ କ’ଣ ବୋଲି କହିଥିଲେ । ଏହି ମହିଳାଙ୍କର ୩ ସନ୍ତାନ ଥିବା ବେଳେ ଏବେ ସେ ୪ର୍ଥ ପିଲାଙ୍କୁ ଜନ୍ମ ଦେବେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ, ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କର ନାମ ସମାନ । ଆଗକୁ ଆସିବାକୁ ଥିବା ପିଲାର ନାମ ମଧ୍ୟ ସମାନ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ମହିଳା ଜଣକ କୁହନ୍ତି ଯେ, ଯେତେବେଳେ ସେ ଏବଂ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ପ୍ରଥମେ ସାକ୍ଷାତ ହୋଇଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଉଭୟଙ୍କ ନାମ ଥିଲା ଲୋରେନ୍ । ଯେତେବେଳେ ତାଙ୍କର ସନ୍ତାନ ହେବ, ସେତେବେଳେ ସେ ତାର ନାମ ଲୋରେନ୍ ରଖିବେ ବୋଲି ମଜାରେ କହୁଥିଲେ । ଶେଷରେ ଏହି ମଜା ସତ କରି ଦେଖାଇଲେ । ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ହେବା ପରେ ତାର ନାମ ମଧ୍ୟ ଲୋରେନ୍ ରଖିଲେ । ବାକି ଦୁଇଜଣଙ୍କର ନାମ ମଧ୍ୟ ସମାନ ରଖିଲେ । ଆଉ ଚତୁର୍ଥ ପିଲାର ନାମ ମଧ୍ୟ ଲୋରେନ୍ ରଖିବେ ବୋଲି ସେ କହିଛନ୍ତି ।

Comments are closed.