Latest Odisha News

ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଜୟପୁର: ବୁଧବାର ଆଇପିଏଲରେ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ ରନରେ ଜିତିଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଟିମ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୪୪ ରନ୍ କରିପାରିଥିଲା। ରାଜସ୍ଥାନ ପାଇଁ ୩୫ ବଲରେ ଯଶସ୍ୱୀ ଜୟସୱାଲ ୪୪ ରନ କରିଥିଲେ। ଲକ୍ଷ୍ନୌ ପାଇଁ ଆବେଶ ଖାନ୍ ତିନୋଟି ୱିକେଟ୍ ନେଇଥିଲେ ଏବଂ ମାର୍କସ ଷ୍ଟୋଇନିସ୍ ତିନୋଟି ୱିକେଟ୍ ନେଇଥିଲେ।

ମାର୍କସ୍ ଷ୍ଟୋଇନିସ୍ ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଝଟକା ଦେଇଥିଲେ। ସେ ଜୟସୱାଲଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଲେ। ୩୫ ବଲରେ ୪୪ ରନ୍ କରିବା ପରେ ଜୟସୱାଲଙ୍କୁ ଆଉଟ୍ କରିଥିଲେ। ସେ ୪ଟି ଚୌକା ଓ ୨ ଛକା ମାରିଥିଲେ। ଏହା ପରେ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ମାତ୍ର ଦୁଇ ରନ୍ କରି ଆଉଟ ହୋଇଥିଲେ। ଏହା ପରେ ଜୋସ୍ ବଟଲର୍ ମଧ୍ୟ ୪୧ ବଲରେ ୪୦ ରନ୍ କରି ଆଉଟ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ କେ.ଏଲ୍ ରାହୁଲ ଏବଂ କାଏଲ୍ ମେୟରସଙ୍କ ମଧ୍ୟରେ ୫୦ ରନର ଭାଗିଦାରୀ ହୋଇଥିଲା। ଏହା ପରେ ଜାସନ୍ ହୋଲ୍ଡର ରାଜସ୍ଥାନ ରୟାଲ୍ସକୁ ପ୍ରଥମ ସଫଳତା ଦେଇଥିଲେ। ସେ କେ.ଏଲ୍ ରାହୁଲଙ୍କୁ ଆଉଟ କରିଥିଲେ। ୩୨ ବଲରେ ୩୯ ରନ୍ କରିବା ପରେ ରାହୁଲ ଆଉଟ୍ ହୋଇଥିଲେ। ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆୟୁଷ ୪ଟି ଖେଳି ଗୋଟିଏ ରନ୍ କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହିପରି ଭାବେ ଦଳ କିନ୍ତୁ ୧୫୪ ରନ୍ ସଂଗ୍ରହ କରିଥିଲା।

Comments are closed.