ସମ୍ବଲପୁର: ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର । କିନ୍ତୁ ଆଜି ବି ଲୋକଙ୍କୁ ମିଳିନି ମୋବାଇଲ ଇଣ୍ଟରନେଟ । ଯଦିଓ ଜିଲ୍ଲାରେ ଇଣ୍ଟରନେଟ୍ ସେବା ମିଳିଲାଣି ତେବେ ତାହା କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ ଲାଇନ୍ ପାଇଁ ଉପଲବ୍ଧ । ତାହା ପୁଣି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ । ହେଲେ ମୋବାଇଲ୍ ଇଣ୍ଟରନେଟ୍ ସେବା ଆହୁରି ୪୮ ଘଂଟା ବନ୍ଦ ରହିବ ବୋଲି କୁହାଯାଇଛି । ଅର୍ଥାତ ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍ନେଟ୍ ସେବା ବନ୍ଦ ରହିବ।
ଅନ୍ୟପକ୍ଷେ ଜିଲ୍ଲାରେ ଆଜି ୧୧ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଗତକାଲି ମଧ୍ୟ ୧୧ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା ।
ଗତକାଲି ଜିଲ୍ଲାର କିଛି ସ୍ଥାନରେ ଲିଜଲାଇନ ଇଣ୍ଟରନେଟ୍ ଦିଆଯାଇଥିଲା । ଆଜି ସାରା ଜିଲ୍ଲାକୁ ଲିଜଲାଇନ ସହ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ । ସେହିପରି ଆଜି ମଧ୍ୟ ଜିଲ୍ଲାରେ ୧୧ ଘଣ୍ଟା କର୍ଫ୍ୟୁ କୋହଳ ରହିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା କୋହଳ କରାଯାଇଛି । ଆଜି ଦିନ ସାରା ଦୋକାନ, ବଜାର ଖୋଲା ରହିବ ।
ସୂଚନାଥାଉ କି, ସୂଚନାଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ପରିସ୍ଥିତି ଅଶାନ୍ତ ହୋଇଥିଲା । ପରିସ୍ଥିତିକୁ ଦେଖି ଗତ ୧୪ ତାରିଖ ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲେ ହେଁ ରବିବାର ସହରରେ ପୁଣି ହିଂସାକାଣ୍ଡ ଘଟିଥିଲା । ତେଣୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଗଲା । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଆସ୍ତେ ଆସ୍ତେ କୋହଳ କରାଯାଉଛି । ସେହିପରି ୧୩ ତାରିଖରୁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ ରଖାଯାଇଥିଲା । ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଉଛି। ଏହାକୁ ମିଶାଇ ଲଗାତାର ୮ ଦିନ ଧରି ଏଠାରେ ଇଣ୍ଟରନେଟ୍ ସେବା ବନ୍ଦ କରାଗଲାଣି ।
Comments are closed.