Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ପ୍ରଧାନ ସେବା ମହାସୁଆର ସେବା ବାପାଠାରୁ ପୁଅ ଏହି ସେବା ଶିକ୍ଷାକରି ବଂଶାନୁକ୍ରମିକ ଭାବରେ ଶ୍ରୀଜୀଉମାନଙ୍କ ସେବାରେ ଲାଗି ରହି ପ୍ରତିଦିନ ପ୍ରତି ଧୂପରେ ଉପସ୍ଥିତ ରହି ଯାହା ପରେ ଯାହା ମଣୋହି ଯୋଗ୍ୟ ସେହି ପ୍ରକାରେ ବlଢିବା। ହରିବଲ୍ଳଭ ତlଟରେ ଉଲାଖମାନ ବାନ୍ଧି ଗଣେଷ ଚି଼ହ୍ନ ମୋହର ଦେଇ ପ୍ରସାଦ ବଡୁ ନିକଟରେ ମଣlଇବା ପ୍ରଭୃତି ଦୈନଦିନ କାର୍ଯ୍ୟ ସହ ବିଶେଷ ରୀତିନୀତି ତଥା ପର୍ବ-ପର୍ବାଣୀରେ ଯଥା ଅମାବାସ୍ୟା ବିଜେ, ଚନ୍ଦନଯାତ୍ରା ଇତ୍ୟାଦି ବାହାର ବିଜେରେ ଛାମୁରେ ପନ୍ତି ବlଢିବା ଓ ଘଷାଜଳ ଲଗାଇବା ରାମ, କୃଷ୍ଣ, ବାମନ ଜନ୍ମରେ ଗଣ୍ଡୁଷ ମସଲା ଓ ସରଲବଣୀ ବlଢିବା।
ସେହିପରି ରୁକ୍ମିଣୀ ବିଭାବେଦୀରେ, ଶୀତଳଷଷ୍ଠୀ ପଞ୍ଚମହାଦେବଙ୍କ ନିକଟରେ ପନ୍ତି ବlଢିବା, କୁମାର ପୂର୍ଣ୍ଣିମା ଦିନ ଗୋଟା ଫଳ ଗୁଡିକ ଛାମୁରେ ପ୍ରଦାନ କରିବା, ବାଳ ଧୂପ ପନ୍ତିରେ ବlଢିବା ଇତ୍ୟାଦି କାର୍ଯ୍ୟ କରିଥାନ୍ତି। ତେଣୁ ଆମେ ନିଶ୍ଚିତ ଭାବରେ କହି ପରିବା ଯେ ମହାସୁଆର ସେବା ଆମ ଭୋଜନ ପ୍ରିୟ ଠାକୁରଙ୍କ ଏକ ଅନନ୍ୟ ସେବା ଆଗାମୀ ଅଧ୍ୟାୟରେ ଆମେ ଜାଣିବା ମହାପ୍ରଭୁଙ୍କ ଭୋଗ ପାଇଁ ବିଭିନ୍ନ ସ୍ୱାଦିଷ୍ଠ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ବଡୁ ସୁଆରମାନଙ୍କ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ବ୍ରlହ୍ମଣ ମୁଖେ ମୋ ଆହାର
ବିପଦ ଖଣ୍ଡଇ ତାହାର ।
ସମୁଦ୍ର ମଧ୍ୟେ ନାଵ ଯେହ୍ନେ
ପ୍ରାଣୀଙ୍କି ତlରଇ ତେସନେ ।
ପିତାର ପ୍ରାୟେ ହୋଇ ରାଜା
ବିପଦ ମଧ୍ୟୁ ସର୍ବ ପ୍ରଜା ।
ଜନଙ୍କୁ କରିବ ଉଦ୍ଧାର
ଯେଣୁ ବୋଲାଏ ନରେଶ୍ୱର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.