Latest Odisha News

ବିବାହ ମଞ୍ଚରେ ବର-କନ୍ୟାଙ୍କ ମାରପିଟ୍‌: ଅତିଥି ଅବାକ୍‌

କଥାରେ ଅଛି ବିବାହ ହେଉଛି ସାତ ଜନମର ସମ୍ପର୍କ । ସେଥିଲାଗି ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀ ନିଜ ସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏବେ ବିବାହର ଏମିତି କିଛି ମୂହୁର୍ତ୍ତର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଭୟ ବର-କନ୍ୟା ବିବାହ ମଞ୍ଚରେ ଛିଡ଼ା ହୋଇଛନ୍ତି । ଏହି ସମୟରେ ବର ଗୋଟେ ମିଠା କନ୍ୟାକୁ ଖୁଆଇ ଦେଉଛନ୍ତି । କନ୍ୟା ମନା କରିବାରୁ ଜବରଦସ୍ତ ବର ତାଙ୍କ ପାଟିରେ ଦେଉଛନ୍ତି । ବରର ଏପରି ଆଚରଣ ଦେଖି କନ୍ୟା ଜଣକ ହଠାତ୍ ରାଗିଯାଇ ବରକୁ ଚାପୁଡ଼ାଟାଏ ମାରୁଛନ୍ତି । ବର ବା କାହିଁ ଛାଡ଼ିବେ ସେ ମଧ୍ୟ କନ୍ୟାଙ୍କ ଉପରକୁ ହାତ ଉଠାଉଛନ୍ତି । ପରେ ଉଭୟ ଉଭୟଙ୍କୁ ଚୁଟି ଭିଡ଼ି ମାରପିଟ୍ ହେଉଥିବା ଦେଖିବାକୁ ମିଳିଛି । ଉଭୟଙ୍କ ୁ ସେମାନଙ୍କ ସମ୍ପର୍କୀୟ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ କାହାରି କଥାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି ।
ଏହି ଭିଡ଼ିଓ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବିବାହ ଆରମ୍ଭରୁ ତ ଏମିତି ଭବିଷ୍ୟତରେ କ’ଣ ହେବ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି କେହି ମତ ଦେଇଥିବା ବେଳେ ଆଉ କିଏ ଏହି ବିବାହ ଭାଙ୍ଗିଯିବା ଦରକାର ବୋଲି ମତ ରଖିଛନ୍ତି । ଲାଗୁଛି ଯେ ଏହା କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମିତ ଏକ ସ୍କ୍ରିପ୍ଟି୍ ଭିଡିଓ ବୋଲି କିଛି କହିଛନ୍ତି । ଏହି ଭିଡ଼ିଓଟି ପୁରୁଣା ହୋଇଥିଲେ ବି ଏବେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

Comments are closed.