ମୁମ୍ବାଇ: ଭଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଚଳିତ ମାସରେ ଆଲିଆ ମୁମ୍ବାଇରେ ଦୁଇଟି ଘର କିଣିଛନ୍ତି । ଗୋଟିଏ ଘରକୁ ସେ ତାଙ୍କ ସାନ ଭଉଣୀଙ୍କୁ ଉପହାର ଦେଇଥିବା ବେଳେ ଆଉ ଗୋଟିଏ ଘର ସେ ନିଜ ପ୍ରଡ଼କ୍ସନ ହାଉସ ନାଁରେ କିଣିଛନ୍ତି ।
ଆଲିଆ ମୁମ୍ବାଇର ଜୁହୁଠାରେ ୨.୦୮୬ ବର୍ଗଫୁଟର ଗୋଟେ ଫ୍ଲାଟ୍ କିଣିଛନ୍ତି । ଏହାକୁ ସେ ତାଙ୍କ ସାନଭଉଣୀ ଶାହିନ ଭଟ୍ଟଙ୍କୁ ଗିଫ୍ଟ ଦେଇଛନ୍ତି । ଏହି ଫ୍ଲାଟ୍ର ମୂଲ୍ୟ ୭.୬୮ କୋଟି ଟଙ୍କା ରହିଛି । ଏଥିପାଇଁ ତାଙ୍କୁ ୩୦.୭୫ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିଛି । ସେହିପରି ବାନ୍ଦ୍ରାଠାରେ ୨,୪୯୭ ବର୍ଗଫୁଟର ଆଉ ଏକ ଫ୍ଲାଟ୍ କିଣିଛନ୍ତି, ଯାହାର ମୂଲ୍ୟ ୩୭.୮୦ କୋଟି ଟଙ୍କା ରହିଛି । ସେ ୨.୨୬ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଦେଇଥିବା ଜଣାଯାଇଛଛି । ଏହି ଆପାର୍ଟମେଣ୍ଟଟି ଏରିଆଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟି ପାର୍ଲି ହିଲରେ ଅବସ୍ଥିତ । ଆଲିଆ ଏବେ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହ ରହୁଛନ୍ତି ।
Comments are closed.