Latest Odisha News

BREAKING NEWS

ସମ୍ବଲପୁରର ୨ ଥାନା ଅଞ୍ଚଳରୁ ଆଜି ହଟିବ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବାରୁ ସହରରୁ ଶନିବାର କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ସହରର ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟାଇ ନିଆ ଯାଇଥିବା ବେଳେ ଆଉ ୨ଟି ଥାନା ଅଞ୍ଚଳରୁ ପ୍ରତିବନ୍ଧ ଆଜି ହଟିବ ।

ପୂର୍ବରୁ କ୍ଷେତ୍ରରାଜପୁର, ଅଇଁଠାପାଲ୍ଲୀ, ବରେଇପାଲି ଏବଂ ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇଥିଲା । ଏପ୍ରିଲ୍ ୧୨ ଓ ୧୪ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସହରରେ ହିଂସା ସୃଷ୍ଟି ପରେ ଲାଗୁ ହୋଇଥିଲା କର୍ଫ୍ୟୁ ।

ସହରରେ ସ୍ଥିତି ସ୍ୱାଭାବିକ ହେବା ପରେ ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି ଏବେ ବି ଟାଉନ୍ ଥାନା ଏବଂ ଧନୁପାଲୀ ଥାନା ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିଛି । ସ୍ଥିତିର ସମୀକ୍ଷା କରାଯାଇଥିବା ବେଳେ କର୍ଫ୍ୟୁ ହଟାଯିବ ବୋଲି କହିଛନ୍ତି ଏସପି ।

ସୋସିଆଲ୍ ମିଡିଆର ବ୍ୟବହାର ସଠିକ୍ ଭାବେ କରିବାକୁ ଏସପି ଲୋକଙ୍କୁ ନିବେଦନ କରିଛନ୍ତି । ଲୋକମାନେ ଗୁଜବ ଏବଂ ହିଂସା ସୃଷ୍ଟିକାରୀ ପୋଷ୍ଟ ଠାରୁ ଦୂରେଇ ରହିବାକୁ ଏସପି କହିଛନ୍ତି । ପୋଲିସର କଣ୍ଟ୍ରୋଲ ରୁମ୍ ୧୧୨କୁ କଲ୍ କରି କେହି ବି କୌଣସି ତଥ୍ୟର ବାସ୍ତବତା ପରଖି ପାରିବ ବୋଲି କହିଛନ୍ତି ଏସପି ।

ସମ୍ବଲପୁର ହିଂସା ମାମଲାରେ ପୋଲିସ ଏଯାବତ୍ ୧୦୨ ଜଣଙ୍କୁ ଗିରଫ କରିଥିବା ବେଳେ ୧୬ ଜଣଙ୍କୁ ହିଂସା ସୃଷ୍ଟିକାରୀ ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର୍ ପାଇଁ ଅଣ୍ଡରଟେକିଂ ଦେଇ ଛଡ଼ାଯାଇଛି ।

Leave A Reply

Your email address will not be published.