ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୧୯୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୧୯୭ ରନ କରିଥିଲା । ଅଭିଷେକ ଶର୍ମା ୬୭ ଓ ହେନରକି କ୍ଲାସେନ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ସେ ଭଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ । ଅବଦୁଲ ସମଦ ଓ ଆକିଲ ହୋସେନ ଶେଷ ଓଭରରେ ଦ୍ରୁତ ବେଗରେ ରନ କରିବା ଯୋଗୁ ଦଳର ସ୍କୋର ୨୦୦ ପାଖାପାଖି ପଂହଚି ପାରିଥିଲା । ସମଦ ୨୮ ରନ କରିଥିବା ବେଳେ ହୋସନ ୧୬ ରନ କରି ଅପରାଜିତ ରହିଥିଲେ ।
ମିଚେଲ ମାର୍ଶ ଦିଲ୍ଲୀ ପକ୍ଷରୁ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ହାସଲ କରିଥିଲେ । ଅକ୍ଷର ପଟେଲ ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଉଭୟ ହାଇଦ୍ରାବାଦ ଓ ଦିଲ୍ଲୀ ଟିମର ପ୍ରଦର୍ଶନ ଏଥର ଭଲ ରହି ନାହିଁ । ୭ଟି ଲେଖାଁଏ ମ୍ୟାଚ ଖେଳି ୨ଟି ଯାକ ଟିମ ୪ ପଂଏଟ ହାସଲ କରି ୯ମ ଏବଂ ୧୦ମ ସ୍ଥାନରେ ରହିଛନ୍ତି ।
Comments are closed.