ପୁଣେ: ଓସ୍କାର ବିଜେତା ଗାୟକ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍ ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ । ଏଆର୍ ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରିଥିଲେ । କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ଏହି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରି ଦେଇଥିଲା । କାରଣ ସମୟସୀମା ଶେଷ ହେବା ପରେ ଏଆର୍ ରେହମାନ ମଞ୍ଚ ଉପରରେ ଗୀତ ଗାଉଥିଲେ । ତେଣୁ ପୋଲିସ ବାଧ୍ୟ ହୋଇ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା ବୋଲି କହିଛି ।
ରବିବାରଏଆର୍ ରେହମାନ ପୁଣେର ରାଜା ବାହାଦୂର ମିଲ ଅଞ୍ଚଳରେ ଏକ ଲାଇଭ ମ୍ୟୁଜିକ କନ୍ସର୍ଟର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଏଆର୍ ରେହମାନଙ୍କ ଗୀତରେ ଦର୍ଶକ ଝୁମିଥିଲେ । ଏହି କାର୍ଯ୍ୟକ୍ରମ ଲାଗି ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ମିଳିଥିଲା ।
କିନ୍ତୁ ରାତି ୧୦ଟା ପରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ମଞ୍ଚ ଉପରେ ଏଆର୍ ରେହମାନ ଗୀତ ଗାଉଥିବା ପୋଲିସ ଦେଖିବାକୁ ପାଇଥିଲା । ଯେଉଁଥିପାଇଁ ବାଧ୍ୟ ହୋଇ ପୋଲିସ ମଞ୍ଚ ଉପରକୁ ଯାଇ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଏଆର୍ ରେହମାନଙ୍କୁ ମଞ୍ଚରୁ ତଳକୁ ଓହ୍ଲାଇ ଦେଇଥିଲା । ପୋଲିସର ଏପରି ଆଚରଣକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
Comments are closed.