Latest Odisha News

BREAKING NEWS

ମଣିଷ ପାଲଟିଗଲା କୁକୁର: ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଜାପାନ: ସମସ୍ତଙ୍କର ସଉକ ଭିନ୍ନ ଭିନ୍ନ ରହିଥାଏ । ଆଉ କିଛି ଲୋକ ନିଜ ସଉକକୁ ପୂରଣ କରିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଜାପାନର ଏମିତି ଜଣେ ଯୁବକ ନିଜ ସଉକକୁ ପୂରଣ କରିବାକୁ ଯାଇ ନିଜକୁ କୁକୁର ବନାଇ ଦେଇଛନ୍ତି । ଏଥିଲାଗି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିିଡ଼ିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଟୋକୋ ନାମକ ଜଣେ ଯୁବକ ଜାପାନରେ ରୁହନ୍ତିି । ଛୋଟବେଳୁ ସେ କୁକୁରଙ୍କୁ ବହୁତ ଭଲ ପାଆନ୍ତି । ଏତେ ଭଲ ପାଉଥିଲେ ଯେ, ପିଲାବେଳେ କୁକୁର ଖେଳନା ସହ ଖେଳିବାକୁ ଖୁବ୍ ପସନ୍ଦ କରୁଥିଲେ । ବାଟରେ କୁକୁରଟିଏ ଦେଖିଲେ ତା ପଛରେ ବି ପଡ଼ିଯାଉଥିଲେ । କୁକୁର ପ୍ରତି ଏତେ ଦୁର୍ବଳତା ଯେ, ନିଜକୁ ସବୁବେଳେ କୁକୁର ପରି ଦେଖିବାକୁ ସ୍ୱପ୍ନ ଦେଖୁଥିଲେ । ଏବେ ସେ ଏହି ସ୍ୱପ୍ନ ପୂରଣ କରିଛନ୍ତି । ପ୍ରିୟ ପ୍ରଜାତିର କୁକୁର ପରି ଦେଖାଯିବା ପାଇଁ ଏକ ପୋଷାକ ତିଆରି କରିଛନ୍ତି । ଯେଉଁଥି ପାଇଁ ସେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ପୋଷାକ ତିଆରି କରିବାକୁ ୪୦ ଦିନ ସମୟ ଲାଗିଥିଲା । ଏହାବ୍ୟତୀତ ସେ କୁକୁର ପରି ଖାଇବା ଏବଂ ଖେଳିବା ଆଚରଣ ମଧ୍ୟ ଦେଖାଇଥାନ୍ତି । ଏହି ପୋଷାକ ପିନ୍ଧି ଯେତେବେଳେ କୁକୁର ରୂପରେ ସମସ୍ତଙ୍କ ସାମ୍ନାକୁ ଆସିଲେ, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଏହି ପୋଷାକକୁ ଅଧିକାଂଶ ସମୟ ପିନ୍ଧିଥାନ୍ତି ।

ଟୋକୋ କୁହନ୍ତି, ମୋର ଏକ ନ୍ୟୁଜ୍ ଚ୍ୟାନେଲ୍ ଅଛି । ସେଥିରେ ମୁଁ କୁକୁର ପରି ଆଚରଣ କରୁଥିବା ଦେଖିବାକୁ ମିଳେ । ଏହି ଡ଼୍ରେସ ପିନ୍ଧିଲେ ମୁଁ ଭିନ୍ନ ଅନୁଭବ ପାଇଥାଏ । ଆଉ କୁକୁର ପରି ବ୍ୟବହାର କରିବାକୁ ଉପଭୋଗ କରେ । ମୁଁ ଏକ ପଶୁ ହୋଇଯିବା ଦେଖି ମୋ ପରିବାର ଏବଂ ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଡ଼୍ରେସ ପିନ୍ଧି ବାହାରକୁ ଯିବାକୁ ପ୍ରାୟ ଡ଼ର ଲାଗିଥାଏ । କାରଣ ଅନ୍ୟ କୁକୁର ମୋତେ ଆକ୍ରମଣ କରିବାର ସମ୍ଭାବନା ରହିଥାଏ ।

Comments are closed.