ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ତୁ..ତୁ..ମେ..ମେ..କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ପୁଣି ଥରେ ମୁହାଁମୁହିଁ ହୋଇଥିଲେ । ହେଲେ ଏହି ଚର୍ଚ୍ଚା ଏବେ ଆହୁରି ଜୋରଦାର ହୋଇଛି । ଏହାକୁ ଜୋରଦାର କରିଛି ୟୁପି ପୋଲିସ । ବିରାଟ ଏବଂ ଗମ୍ଭୀରଙ୍କୁ ନେଇ ଏମିତି ଟୁଇଟ କରିଛି ଯାହା ବେଶ ମଜାର ଖୋରାକ ଯୋଗାଇଛି ।
ବିରାଟ ଏବଂ ଗମ୍ଭୀରଙ୍କ ବିବାଦକୁ ନେଇ ସୋସିଆଲ ମିଡିଆ ଗତକାଲିଠାରୁ ପଡୁଛି ଉଠୁଛି । ଅନେକ ୟୁଜର୍ସ ଏହି ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବେ ଏହି ବିବାଦ ଉପରେ ୟୁପି ପୋଲିସର ଟୁଇଟ ବେଶ ଭାଇରାଲ ହେଉଛି ।
ୟୁପି ପୋଲିସ ଗତକାଲି ବେଶ ମଜାଳିଆ ଢଙ୍ଗରେ ଏକ ଟୁଇଟ କରି ଲେଖିଛି ‘ଝଗଡା କରିବା ବନ୍ଦ କର, ଆମକୁ କଲ କରିବା ବନ୍ଦ କରନି । ଯେ କୌଣସି ବିପଦ ସ୍ଥିତିରେ ୧୧୨ ଡାଏଲ କର । କୌଣସି ମାମଲା ଆମ ପାଇଁ ‘ବିରାଟ’ ବା ‘ଗମ୍ଭୀର’ ନୁହେଁ । ଯେ କୌଣସି ଆକସ୍ମିତ ସ୍ଥିତିରେ ଶୀଘ୍ର ୧୧୨କୁ କଲ କର ।’ ଏହା ସହିତ ବିରାଟ ଏବଂ ଗମ୍ଭୀରଙ୍କ ଝଗଡା ସମୟର ଏକ ଫଟୋ ମଧ୍ୟ ଏହି ଲେଖା ତଳେ ସେୟାର କରିଛନ୍ତି ।
ଏହି ଟୁଇଟକୁ ନେଇ ୟୁଜର୍ସମାନେ ବେଶ ମଜାଳିଆ ପ୍ରତିକ୍ରିୟା ବି ରଖିଛନ୍ତି । ଜଣେ ୟୁଜର୍ସ ୟୁପି ପୋଲିସକୁ ଅମୁଲ ପରି ଲାଗୁଛ…ଏପରି ହ୍ୟୁମର ତଡକା ଜାରି ରହୁ ବୋଲି କହିଛନ୍ତି । ଅନ୍ୟଜଣେ ବିରାଟ-ଗମ୍ଭୀରଙ୍କୁ ଏପରି ପୁନର୍ବାର ନ କରିବା ପାଇଁ କହିଛନ୍ତି ।
ସୂଚନାଥାଉ କି, ସୋମବାର ମ୍ୟାଚ ପରେ ଉଭୟ ଦଳର ଖେଳାଳି ହାତ ମିଳାଉଥିବା ବେଳେ ନବୀନ ଉଲ ହକ ଓ ବିରାଟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବାଙ୍ଗାଲୋର ଖେଳାଳି ବିରାଟଙ୍କୁ ନେଇ ପଳାଇ ଯାଇଥିଲେ । ଏହା ପରେ ଲକ୍ଷ୍ନୌର ଅଲରାଉଣ୍ଡର କାୟଲ ମେୟର୍ସଙ୍କ ସହ ବିରାଟ ଆଲୋଚନା କରୁଥିବା ବେଳେ ଗମ୍ଭୀର ଆସି ତାଙ୍କ ଖେଳାଳିଙ୍କୁ ନେଇ ଯାଇଥିଲେ । ଏହି ସମୟରେ ଗମ୍ଭୀର କିଛି କହିଥିଲେ । କୋହଲି ଏହାର ଜବାବ ଦେବା ପରେ ଦୁଇ ଖେଳାଳି ମୁହାଁ ମୁହିଁ ହୋଇ ଯାଇଥିଲେ । ଅମ୍ପାୟର୍ସ ଓ ଅନ୍ୟ ଖେଳାଳିମାନେ ଦୁଇଜଣଙ୍କୁ ଅଲଗା କରିଥିଲେ । ପରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିବା ନେଇ ଉଭୟଙ୍କ ମ୍ୟାଚ ଫିର ୧୦୦ ପ୍ରତିଶତ ଓ ନୀବନଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟା ଯାଇଥିଲା ।
୨୦୧୩ ଆଇପିଏଲ ସିଜନରେ ମଧ୍ୟ ଉଭୟ ମୁହାଁ ମୁହିଁ ହୋଇଥିଲେ । ଏକଦା ଗମ୍ଭୀର ନିଜ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର କୋହଲିଙ୍କୁ ଦେଇ ଦେଇଥିଲେ । ଯାହା ବି ହେଉ, ଦୁଇ ଖେଳାଳୀଙ୍କ ମଧ୍ୟରେ ଅଶାନ୍ତି କ୍ରିକେଟପ୍ରେମୀଙ୍କୁ ଆଘାତ ଦେଇଛି ।
बहस से परहेज़ करें, हमें कॉल करने में नहीं।
किसी भी आपात स्थिति में 112 डायल करें। #DialUP112 pic.twitter.com/5R8Zuqdlt6— UP POLICE (@Uppolice) May 2, 2023
Comments are closed.