କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା । ଲହାରଡ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏମିତି ନିର୍ମମ ଘଟଣା ଘଟିଛି ଗତକାଲି ରାତିରେ। ମୃତ ବ୍ୟକ୍ତି ହେଲେ ଦିଘି ଗାଁର ସର୍ବେଶ୍ୱର ରାଉତ ।
ରାଜନୈତିକ ଆକ୍ରୋଶ ରଖି ସର୍ବେଶ୍ୱରଙ୍କୁ ହତ୍ୟା କରାଯାଇଛି । ଗତକାଲି ରାତି ପ୍ରାୟ ୯ଟାରେ ସର୍ବେଶ୍ୱର ଏକ ବାଇକରେ ତାଙ୍କର କାଜୁ ବଗିଚାରୁ ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ତାକୁ ପ୍ରଥମ ତାଙ୍କୁ ଅଟକାଇଥିଲେ । ସର୍ବେଶ୍ୱର ଗାଡିରୁ ଓହ୍ଲାଇବା କ୍ଷଣି ସେମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପରିକି ଭୁଜାଲି, ଲୁହାରଡ ଏବଂ ଠେଙ୍ଗାରେ ପିଟିପିଟି ଲହୁଲୁହାଣ କରି ଦେଇଥିଲେ ।
ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସର୍ବେଶ୍ୱରଙ୍କ ପୁଅ ସୁଜିତଙ୍କ କହିବା ଅନୁଯାୟୀ, ପୂ୍ର୍ବ ଶତ୍ରୁତାରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି । ରାଜନୈତିକ ଆକ୍ରୋଶ ରଖି ତାଙ୍କ ଉପରକୁ ପୂର୍ବରୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହା ପୂର୍ବରୁ ଅର୍ଥାତ ଗତ ୨ ବର୍ଷ ତଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ହେଲେ ସେ ବର୍ତ୍ତି ଯାଇଥିଲେ । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି । ୫ ଜଣଙ୍କୁ ଅଟକ ରଖି ଜେରା କରୁଛି । ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.