Latest Odisha News

BREAKING NEWS

ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି

ବେଙ୍ଗାଲୁରୁ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପ୍ରଚାର ବେଳେ ସୋନିଆ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଇସିଙ୍କ ପାଖରେ ଅଭିଯୋଗ କରିଛି।

ସୋମବାର କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। କର୍ଣ୍ଣାଟକାରେ ପ୍ରଚାର ବେଳେ ସୋନିଆ ଜାଣିଶୁଣି ସାର୍ବଭୌମତ୍ୱ ଶବ୍ଦର ବ୍ୟବହାର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଡାକୁ ପ୍ରଦର୍ଶନ କରି ଭାରତକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭୂପେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଭାରତର ଏକତା ଓ ଅଖଣ୍ଡତା ପାଇଁ ଯେଉଁ ଶବ୍ଦ ବ୍ୟବହାର କରିବା କଥା ନୁହେଁ କଂଗ୍ରେସ ସେ ସବୁର ଜାଣିଶୁଣି ବ୍ୟବହାର କରୁଛି। ତେଣୁ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶ୍ରୀ ଯାଦବ ଦାବି କରିଛନ୍ତି। ଏହା ବାଦ୍ ବିଜ୍ଞାପନ ଦ୍ୱାରା ବିଜେପି ବିରୋଧରେ କଂଗ୍ରେସ ଆଣୁଥିବା ମିଥ୍ୟା ଅଭିଯୋଗ ସମ୍ପର୍କରେ ମଧ୍ୟ ଇସିକୁ ଜଣାଇଛି ବିଜେପି।

ଦଳ କହିଛି ଯେ କଂଗ୍ରେସ ଦେଶ ବିରୋଧୀ କାମ କରୁଛି।  ଇଣ୍ଡିଆନ ଫେଡରେସନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ରାଜ୍ୟ କର୍ଣ୍ଣାଟକ। ଏହି ସଦସ୍ୟ ରାଜ୍ୟର ସାର୍ବଭୌମତ୍ୱର ରକ୍ଷା କରିବା ପାଇଁ ଯେକୌଣସି ଆହ୍ୱାନ ବିଚ୍ଛିନ୍ନତାବାଦୀ ଦେଉଥିବା ଆହ୍ୱାନ ସହ ସମାନ। ଏହା ପରିଣାମ ଅତି ଭୟଙ୍କର ହୋଇପାରି ।

ଶନିବାର ସୋନିଆ ଗାନ୍ଧୀ ପ୍ରଥମଥର ପାଇଁ ହୁବ୍ବଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏଥିରେ ସେ କହିଥିଲେ ଯେ କଂଗ୍ରେସ କେବେ ହେଲେ କର୍ଣ୍ଣାଟକର ପ୍ରତିଷ୍ଠା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବିପଦ ସୃଷ୍ଟି କରିବା ପାଇଁ କାହାକୁ ଅନୁମତି ଦେବ ନାହିଁ।। ସୋନିଆଙ୍କ ଭାଷଣକୁ କଂଗ୍ରେସ ସୋସିଆଲ୍ ମିଡିଆରେ ଶେୟାର କରିବା ପରେ ବିବାଦ ବଢ଼ିଛି। ଅନ୍ୟପଟେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ଦଳ ପ୍ରଚାର କାର୍ଯ୍ୟ ଜୋରସୋର କରିଛନ୍ତି। ସୂଚନା ଥାଉକି ମେ ୧୦ ତାରିଖରେ କେରଳ ନିର୍ବାଚନ ହେବ। ୧୩ ତାରିଖରେ ଭୋଟ ଗଣତି କାର୍ଯ୍ୟ ରହିଛି। ତେବେ ବିଭିନ୍ନ ସର୍ଭେ କହୁଛି ରାଜ୍ୟରେ କଂଗ୍ରେସ ଆସୁଛି।

Comments are closed.