ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପୁରସ୍କାର-୨୦୨୬: ସମୟ ରାଇନା କମେଡିଆନ ଅଫ୍ ଦ ଇୟର, ବଲିଉଡର ବେଷ୍ଟ ରଣବୀର ଓ ଅନୀତ୍, ହଲିଉଡ ପାଇଁ ମିଚେଲ୍ ଓ ଜେସୀଙ୍କୁ ପୁରସ୍କାର…
ମୁମ୍ବାଇ: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସମୟ ରାଇନାଙ୍କୁ ମିଳିବ ବେଷ୍ଟ କମେଡିଆନ ଅଫ୍ ଦ ଇୟରର ସମ୍ମାନ । ସମସାମୟିକ ଭାରତୀୟ ଷ୍ଟାଣ୍ଡ-ଅପ୍ ଓ ଡିଜିଟାଲ କମେଡି କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱିକୃତି ଦେଇ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ରାଇନାଙ୍କ କମେଡି ଦର୍ଶକଙ୍କ ସହ ଏକ ସିଧାସଳଖ ମଂଚ ଉପସ୍ଥିତିକୁ ମିଶ୍ରଣ କରେ । ତାଙ୍କ କମେଡି ଟାଇମିଂ ଓ ଉପସ୍ଥାପନ ଦୈନନ୍ଦିନ ଜୀବନର ଅସ୍ୱାଭାବିକତାକୁ ଅନୁସନ୍ଧାନ କରିବାର ଇଚ୍ଛା ଦ୍ୱାରା କ୍ରିଏଟ୍ ହୋଇଥାଏ । ରାଇନା ପ୍ରଥମେ ଲାଇଭ ଷ୍ଟାଣ୍ଡ-ଅପ୍ ମାଧ୍ୟମରେ ତାଙ୍କ ପ୍ରୋଫାଇଲ ଗଢିଥିଲେ । ପରେ ଭିଡିଓ, ଚେସ୍ଷ୍ଟ୍ରିମ୍ ଏବଂ କମେଡି ଟାଲେଂଟ ଗଟ୍ ଟାଲେଂଟ ମାଧ୍ୟମରେ ବ୍ୟାପକ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ । ଫର୍ମାଟ ଗୁଡିକରେ ସେହି ଗତିବିଧି ହାସ୍ୟ ଅଭିନେତା ଓ ସେମାନଙ୍କ ଦର୍ଶକରଙ୍କ ମଧ୍ୟରେ ପରିବର୍ତ୍ତିତ ସମ୍ପର୍କକୁ ପ୍ରତିଫଳିତ କରେ । ଷ୍ଟାଣ୍ଡ-ଅପ୍ ଆଉ କେବଳ ଏକ କ୍ଲବ୍ କିମ୍ବା ଥିଏଟରରେ ଅଭିଜ୍ଞ ନୁହେଁ, ଏହା ସ୍ୱତନ୍ତ୍ର ଲାଇଭ୍ଷ୍ଟ୍ରିମ୍ , କ୍ଲିପ୍ ଏବଂ ଦୀର୍ଘ ଫର୍ମ ଡିଜିଟାଲ ବାର୍ତ୍ତାଳାପ ମାଧ୍ୟମରେ ମଧ୍ୟ ଯାତ୍ରା କରେ । ସମୟ ରାଇନା ଜଣେ ଭାରତୀୟ ଷ୍ଟାଣ୍ଡ-ଅପ୍ କମେଡିଆନ, ହୋଷ୍ଟ ଓ ଚେସ୍ଷ୍ଟ୍ରିମର । ସେ କମିକଷ୍ଟାନର ଦ୍ୱିତୀୟ ସିଜିନର ଯୁଗ୍ମ ବିଜେତା ଥିଲେ । ପରେ ଇଣ୍ଡିଆଜ ଗଟ୍ ଲାଟେଂଟ, ଏକ ଡିଜିଟାଲ କମେଡି ଏବଂ ଟାଲେଂଟ ଫର୍ମାଟ ହୋଷ୍ଟ କରିଥିଲେ ।
ଦାଦାସାହେବ ଫାଲକେ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ପାଇଁ ୪୧ଟି ବିଭାଗରେ ସମ୍ମାନ ଘୋଷଣା ହୋଇଛି । ଫିଲ୍ମ , ଟେଲିଭିଜିନ ଜଗତରେ ଏହି ସମ୍ମାନରେ କିଏ ଜିତିଛି କେଉଁ ପୁରସ୍କାର ଦେଖନ୍ତୁ…
ଭାରତୀୟ ସିନେମା ବିଜେତା-
ବେଷ୍ଟ ଫିଲ୍ମ- ଧୁରନ୍ଦର
ବେଷ୍ଟ ଅଭିନେତା-ରନବୀର ସିଂ (ଧୁରନ୍ଦର)
ବେଷ୍ଟ ଅଭିନେତ୍ରୀ ଅନୀତ୍ ପଡ୍ଡା (ସୈୟାଁରା)
ବେଷ୍ଟ ଡାଇରେକ୍ଟର ଓ ପ୍ରଡ୍ୟୁସର ଅଫ୍ ଦ ଇୟର- ଆଦିତ୍ୟ ଧର (ଧୁରନ୍ଦର)
ବେଷ୍ଟ ସିନେମାଟୋଗ୍ରାଫର-ଅରବିନ୍ଦ ଏସ. କଶ୍ୟପ (କାନ୍ତାରା-୧)
ବେଷ୍ଟ କୋରିଓଗ୍ରାଫର-ସାଣ୍ଡି ମାଷ୍ଟର (କୁଲି)
ବେଷ୍ଟ ସ୍କ୍ରିନ ପ୍ଲେ ଓ ଡାଇଲଗ୍ – ରେଶୁ ନାଥ (ହକ୍)
ବେଷ୍ଟ ଆକ୍ଟର ଇନ୍ ସପୋଟିଂ ରୋଲ୍ – ବିନିତ କୁମାର ସିଂ (ଛାୱା)
ବେଷ୍ଟ ଆକ୍ଟର ଇନ୍ ନେଗେଟିଭ ରୋଲ୍-ଅକ୍ଷୟ ଖାନ୍ନା (ଧୁରନ୍ଦର)
ବେଷ୍ଟ ଆକ୍ଟର ଇନ୍ କମିକ୍ ରୋଲ -ରିତେଶ ଦେଶମୁଖ (ହାଉସଫୁଲ୍ ୫ )
ସଙ୍ଗ ଅଫ ଦି ଇୟର-ସୈୟାଁରା
ବେଷ୍ଟ ମ୍ୟୁଜିକ ଡାଇରେକ୍ଟର- ଶାସ୍ୱତ ସଚଦେବ (ଧୁରନ୍ଦର )
ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର -ଫହିମ୍ ଅବଦୁଲ୍ଲା (ସୈୟାଁରା)
ବେଷ୍ଟ ଲିରିସିଷ୍ଟ -ଇରସାଦ୍ କାମିଲ୍ (ସୈୟାଁରା ଟ୍ରାକ୍ )
ଅନ୍ତର୍ଜାତୀୟ ସିନେମା ବିଜେତା-
ବେଷ୍ଟ ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ- ଅବତାର
ବେଷ୍ଟ ଅନ୍ତର୍ଜାତୀୟ ଅଭିନେତା- ମିଚେଲ୍ ବି. ଜୋରଡାନ (ସିନେର୍ସ)
ବେଷ୍ଟ ଅନ୍ତର୍ଜାତୀୟ ଅଭିନେତ୍ରୀ- ଜେସୀ ବକଲେ (ହମନେତ୍)
ବେଷ୍ଟ ଅନ୍ତର୍ଜାତୀୟ ଡାଇରେକ୍ଟର-ପଲ୍ ଥୋମାସ୍ (ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର୍)
ଅନ୍ତର୍ଜାତୀୟ ଅଭିନେତା ଅଫ୍ ଦ ଇୟର- ଟେଲର ସ୍ୱିଫ୍ଟ
ସେହିପରି ଟେଲିଭିଜନ ସିରିଜ୍ ପାଇଁ ବେଷ୍ଟ ଅଭିନେତ୍ରୀ ଭାବେ ଶ୍ମ୍ମୃତି ଇରାନୀଙ୍କୁ ମିଳିବ ପୁରସ୍କାର
ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୧୨ରେ ପ୍ରତିଷ୍ଠିତ ହୋଇଥିଲା । ଭାରତୀୟ ସିନେମାର ଜନକ ଧୁଣ୍ଡିରାଜ ଗୋବିନ୍ଦ ଫାଲକେଙ୍କ ଐତିହ୍ୟକୁ ଆଗକୁ ବଢାଇବାକୁ ୨୦୧୬ରୁ ଏହି ସମ୍ମାନ ଦିଆଯାଇଆସୁଅଛି । ଯାହା ଭାରତୀୟ ଫିଲ୍ମ, ଟେଲିଭିଜନ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ରକୁ ଏକାଠି କରି ରଖିଛି ।
