Latest Odisha News

BREAKING NEWS

ତାଳଚେର ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୪ରେ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟରରେ ଗତ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପାଖାପାଖି ୫ଟି ଗାଡି ଜାଳିଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ବିଧାୟକ ଶ୍ରୀ ପ୍ରଧାନ ନିଜ ଘରୋଇ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିବାବେଳେ କେହି ଦୁବୃର୍ତ୍ତ ତାଙ୍କ କ୍ୱାଟରରେ ଥିବା ୨ଟି କାର୍, ୨ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜାଳିଦେଇଥିବା ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ।

Comments are closed.