Latest Odisha News

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ: ଆସନ୍ତାକାଲି ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଚିତ୍ର କ୍ରମଶଃ ସ୍ପଷ୍ଟ ହେଉଛି । ଏହା ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ କୁହାଯାଇଛି ।

ମେ’ ତାରିଖ ଏହି ଲଘୁଚାପ  ଧୀରେ ଧୀରେ ବଳ ଗୋଟାଇ ଏହା ବାତ୍ୟାର ରୂପ ନେବ । ୧୨ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି । ପରେ ଏହା ଧୀରେ ଧୀରେ  ଗତିପଥ ପରିବର୍ତ୍ତନ କରି ଉତ୍ତର ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତିକରି ବାଙ୍ଗାଲାଦେଶ ଓ ମିଆଁମାର ଉପକୂଳ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବାର ଆଶଙ୍କା ରହିଛି । ତେବେ ଏହା କେଉଁଠି ଲାଣ୍ଡଫଲ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ଏହାର ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସଗାରରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଏପରିକି ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୭୦ କିମି ହୋଇପାରେ । ଅନ୍ୟପକ୍ଷେ ମେ’  ୧୦ ତାରିଖ ସୁଦ୍ଧା  ଆଣ୍ଡାମାନ ନିକୋକବର ଆଇଲାଣ୍ଡ ଏବଂ ଆଣ୍ଡାମାନ ସଗରରେ ପବନର ବେଗ ବୃଦ୍ଧି ପାଇଁ ଘଣ୍ଟା ପିଛା ୮୦ କିମି ହୋଇପାରେ । ମେ’ ୧୧ରୁ ୧୨ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପିଛା ୯୦ କିମି ହୋଇପାରେ ।
ତେବେ ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ କୁହାଯାଇଛି ।

 

 

Comments are closed.