Latest Odisha News

ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୧୪ ମୃତ, ୨୦ରୁ ଅଧିକ ଆହତ

ଭୋପାଳ: ଗତକାଲି କେରଳ ଡଙ୍ଗାବୁଡ଼ି ଘଟଣା ସମସ୍ତଙ୍କୁ ହତବାକ୍ କରି ଦେଇଥିବା ବେଳେ ଆଜି(ମେ ୯) ଆଉ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି। ମଧ୍ୟପ୍ରଦେଶର ଖାରଗନରେ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସିପଡ଼ିବାରୁ ପାଖାପାଖି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ୫୦ ଯାତ୍ରୀଙ୍କୁ ନେଇ ଇନ୍ଦୋର ଯାଉଥିବା ବେଳେ ପୋଲରେ ଭାରାସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟା ଜାରି ରଖିଥିବା ବେଳେ ଘଟଣା ସ୍ଥଳରେ ଜିଲ୍ଲାପାଳ ଶିବରାଜ ସିଂହ ବର୍ମା ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ସରକାର। ମୃତକଙ୍କ ପାଇଁ ୪ ଲକ୍ଷ ସହାୟତା ରାଶି ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଓ ଅଳ୍ପ ଆହତଙ୍କ ପାଇଁ ୨୫ ହଜାର ସହାୟତା ରାଶି ଘୋଷଣା କରାଯାଇଛି।

 

Leave A Reply

Your email address will not be published.