Latest Odisha News

BREAKING NEWS

ବିମାନରେ ହଜିଗଲା ୨୨ ଲକ୍ଷ ଟଙ୍କାର କୃତ୍ରିମ ଗୋଡ଼ , ଏୟାରଲାଇନ୍ସ ଦେଲାନି କ୍ଷତିପୂରଣ

ନ୍ୟୁୟର୍କ: ଆଜିର ସମୟରେ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କାରଣ ସମୟ ବଞ୍ଚିବା ସହିତ ସୁରକ୍ଷିତ ପାଇଁ ଲୋକେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ୨୨ ଲକ୍ଷ ଟଙ୍କାର ପ୍ରୋସ୍ଥେଟିକ୍ ଗୋଡ ହଜିଗଲା । ହେଲେ ବିମାନ କମ୍ପାନୀ କ୍ଷତିପୂରଣ ଦେବାକୁ ସିଧାସଳଖ ମନା କରିଦେଇଛି ।

ଆମେରିକାର ବାସିନ୍ଦା ମାଇକେଲ ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଦିନେ ଆମେରିକୀୟ ଏୟାରଲାଇନ୍ସ ଦ୍ୱାରା ଯାତ୍ରା କରୁଥିଲେ । ଇଣ୍ଡିଆନପଲିସ୍ ରୁ ଚାର୍ଲୋଟ୍ ଯିବାବେଳେ ତାଙ୍କର କୃତ୍ରିମ ଗୋଡଟି ବିମାନରେ ହଜିଗଲା । ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ଥିଲା । ଏନେଇ ସେ ଯେତେବେଳେ ଅଭିଯୋଗ କରିଥିଲେ, ଏୟାରଲାଇନ୍ସ କର୍ମଚାରୀମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଲେ ନାହିଁ । ଏମିତି କି କ୍ଷତିପୂରଣ ଦେବାକୁ ରୋକଠୋକ୍ ମନା କରିଦେଇଥିଲେ । ପରେ କମ୍ପାନୀ ମାତ୍ର ୫୦ ହାଜର ଦେଇ ଆଉ ଦିଆଯାଇପାରିବ ନାହିଁ ଜଣାଇଥିଲା ।

ୱିଲିୟମ୍ସ କହିଛନ୍ତି ଯେ, ଏୟାରଲାଇନ୍ସର ନିୟମ ଅନୁଯାୟୀ, ଲଗେଜ୍ ନଷ୍ଟ ହେଲେ କିମ୍ବା ହଜିଗଲେ ବିମାନ କମ୍ପାନୀ କ୍ଷତିପୂରଣ ପ୍ରଦାନ କରିଥାଏ । ହେଲେ ଏୟାରଲାଇନ୍ସ ତାଙ୍କୁ ୨୨ ଲକ୍ଷ ଟଙ୍କା ବଦଳରେ ମାତ୍ର ୫୦,୦୦୦ ଟଙ୍କା ପ୍ରଦାନ କରିଥିଲା । ତାଙ୍କ ଦାମୀ ଗୋଡ ବଦଳରେ ତାଙ୍କୁ କମ ଟଙ୍କା ଦିଆଯାଇଥିବାରୁ ସେ ରାଗିଯାଇ ଟଙ୍କା ନେବାକୁ ମନା କରିଦେଇଥିଲେ । କିନ୍ତୁ ଏୟାରଲାଇନ୍ସ ୱିଲିୟମ୍ସଙ୍କ ପ୍ରୋସ୍ଥେଟିକ୍ ଗୋଡ ପାଇଁ ଏତେ ଟଙ୍କା ଦେଇ ପାରିବ ନାହିଁ ରୋକଠୋକ୍ ମନା କରିଦେଲା । ଯାହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆରେ ସେ ସେୟାର କରିଥିଲେ ।

Comments are closed.