Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଅନ୍ୟତ୍ତମ ସେବକ ଭାବରେ ଆଜି ଆଲୋଚନା କରିବା “ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ )ଙ୍କ କଥା। ଆଗରୁ ଆମେ ଜାଣିଥିଲେ ପ୍ରତିହାରୀମାନେ ଦ୍ୱାରପାଳ ସେଵା କିନ୍ତୁ ଏହି ଆସ୍ଥାନ ପ୍ରତିହାରୀଙ୍କ ସେବା ଟିକିଏ ଭିନ୍ନ। ପ୍ରତିହାରୀ ବା ପଢ଼ିଆରୀ ଶବ୍ଦ ଲାଗିଥିଲେ ମଧ୍ୟ ଠିକ ଶୁଦ୍ଧ ସୁଆରଙ୍କ ଭଳି ଏହି ସେବକମାନେ ମଧ୍ୟ ନିଜ ନାମ ବିଶେଷଣଠାରୁ ଅଲଗା କାମ କରନ୍ତ। ଯଥା ମଧ୍ୟlନ୍ନ ଧୂପ ପରେ ଦକ୍ଷିଣୀ ଘରେ ପାଣି ପକାଇ ପୂଜା ଠା କରି ବାହାରି ଦେଉଳି ରୋଷ ଘରକୁ ଭୋଗ ଡାକିବାକୁ ଯାଆନ୍ତି। ପୂଜା ସରିଲା ପରେ ଦ୍ୱାର ମୁହଁରେ ଟେରା ପକାନ୍ତି। ଗୁରୁବାର ମlଜଣା ନୀତିରେ ଟେରା ଧରି ଠିଆ ହୁଅନ୍ତି। ଦୀପାବଳିରେ ଜୟ ବିଜୟ ଦ୍ୱାରରେ ଚାଉଳରେ ଗଛ କରି ଦୀପ ବସlନ୍ତି । ଫଗୁ ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଘଟୁଆରୀ ଠାରୁ ଫଗୁ ନେଇ ନୀତିରେ ଲଗାନ୍ତି। ଦୋଳବେଦୀରେ ବନ୍ଦାପନା ପାଇଁ ସାମଗ୍ରୀ ଯୋଗାନ୍ତି । ପୂର୍ଣ୍ଣିମା ଦିନ ନାଭିକଟା ମଣ୍ଡପରେ ଭୋଗ ଡାକନ୍ତି। ଚନ୍ଦନ (୨୧ ଦିନ ) ଯାତ୍ରାରେ ମଦନ ମୋହନଙ୍କ ଚାପରେ ମଣିମା ଡାକ ଦିଅନ୍ତି। ମାଣ୍ଡୁଅ ଭୋଗ ଡାକି ଯାଅlନ୍ତି ଓ ଟେରା ପକାନ୍ତି। ପ୍ରତ୍ୟେକ ବାହାର ବିଜେରେ ଭୋଗ ଡକାଯିବା ଓ ଟେରା ପକାଇବା ଏହାଙ୍କର କାର୍ଯ୍ୟ ଅଟେ। ଏମାନେ ମଧ୍ୟ ଶାଢ଼ୀବନ୍ଧା ସେବକ ଓ ଏହାଙ୍କ ସେବା ବଂଶାନୁକ୍ରମିକ ସେବା ଅଟେ। ଆଗାମୀ ଅଧ୍ୟlୟରେ ଏମିତି କିଛି ନିଆରା ସେବକଙ୍କ କଥା ଜାଣିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ଏ ରୂପେ ଗୁଣ ମୟ ଦେହ
ଦହି ସାତ୍ଵିକ ଭାବେ ରହ ।
ବିଷ୍ଣୁ ସ୍ମରଣେ ଚିତ୍ତ ବଢ଼ି
ଭଜ ତୁ ସର୍ବ ଧର୍ମ ଏଡି ।
ଏମନ୍ତ ଶୁଣି କୃଷ୍ଣ ବାଣୀ
ଉଦ୍ଧବ ଯୋଡି ବେନି ପାଣି ।
ବୋଲଇ ପାଇ ମନେ ଖେଦ
ଭୋ ନାଥ ଶୁଣିମା ଗୋବିନ୍ଦ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.