Latest Odisha News

BREAKING NEWS

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ମିଳିବାରେ ବିଳମ୍ବ ହେବାରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଶୋ ବାତିଲ ହେବା ପରେ ଟିକେଟ ଅର୍ଥ ଦର୍ଶକଙ୍କୁ ଅନଲାଇନ ମାଧ୍ୟମରେ ଫେରସ୍ତ କରାଯାଇଛି । ବିବିଏଫସି ଏ ନେଇ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି । ଅଦା ଶର୍ମା ଅଭିନୀତ ଏହି ଫିଲ୍ମକୁ ବିବିଏଫସି ବୟସ ରେଟିଂ ପ୍ରଦାନ କରିବା ପରେ ଆଉ କିଛି ଅସୁବିଧା ରହିବ ନାହିଁ ବୋଲି କୁହାଯାଇଛି ।

ବର୍ତମାନ ସୁଦ୍ଧା ଭାରତରେ ଏହି ଫିଲ୍ମ ୧୩୫ କୋଟି ଟଙ୍କା ଆୟ କରି ସାରିଛି । ଫିଲ୍ମକୁ ନେଇ ବିବାଦ ଜାରୀ ରହିଥିଲେ ମଧ୍ୟ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି । କେତେକ ରାଜ୍ୟରେ ଏହି ଫିଲ୍ମକୁ ରିଲିଜ ଅନୁମତି ମିିଳି ନ ଥିବାରୁ ଦର୍ଶକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେରଳରେ କିପରି ନିରୀହ ଯୁବତୀଙ୍କୁ ଫସାଇ ଆତଙ୍କବାଦୀ କରାଯାଉଛି ତାହା ଏଥିରେ ଦର୍ଶା ଯାଇଛି ।

Comments are closed.