Latest Odisha News

BREAKING NEWS

କାନ୍ସ ରେଡ କାର୍ପେଟରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଫେଷ୍ଟିଭାଲରେ ସାରା ବିଶ୍ୱରୁ ବହୁ କଳାକାର ଯୋଗଦେବେ । ସେମାନେ ରେଡ କାର୍ପେଟରେ ନିଜର ଜଲୱା ଦେଖାଇବେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଥର ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ମାନୁଷି ଚ୍ଛିଲ୍ଲର ସାମିଲ ହେବେ । ଏହା ପୂର୍ବରୁ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଦୀପିକା ପାଦୁକୋନ ଏଥିରେ ଯୋଗ ଦେଇ ବଲିଉଡକୁ ଗୌରାବାନ୍ୱିତ କରିଥିଲେ ।

ଫ୍ରେଞ୍ଚ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ମହିଳା ଏବଂ ପୁରୁଷଙ୍କ ଲାଗି ଏକ ଡ୍ରେସ କୋଡ ସ୍ଥିର କରାଯାଇଛି, ଯାହା ସମସ୍ତଙ୍କୁ ପାଳନ କରିବାକୁ ପଡିବ । ମହିଳାମାନେ କକ୍‌ଟେଲ ପୋଷାକ ପିନ୍ଧିପାରିବେ । ବ୍ଲାକ ଟପ, ବ୍ଲାକ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟ ଫର୍ମାଲ ଡ୍ରେସର ଏକ ବିକଳ୍ପ ମଧ୍ୟ ଅଛି । ସେମିତିି ଉତ୍ସବରେ ଯୋଗଦେଉଥିବା ପୁରୁଷମାନଙ୍କୁ ଡିନର ଜ୍ୟାକେଟ କିମ୍ବା ସୁଟ ପିନ୍ଧିବାକୁ ପଡିବ । ଏହା ବ୍ୟତୀତ ଏଲିଗେଣ୍ଟ ଜୋତା ପିନ୍ଧିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ ଯୋଗ ଦେଇପାରିବେ । ତେବେ ଏଥିପାଇଁ ସେମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣିବାକୁ ପଡିବ । ଏଥର ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ ।

Comments are closed.