Latest Odisha News

BREAKING NEWS

ଖରାଦିନେ ଜଳ ସଙ୍କଟ; ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଢେଙ୍କାନାଳ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ପାଣି ପାଇଁ ଡହଳ ବିକଳ ଲୋକେ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ପାନୀୟ ସମସ୍ୟାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି ।

ଦୀର୍ଘଦିନ ହେବ ଗାଁରେ ପାନୀୟ ଜଳର ସମସ୍ୟାକୁ ନେଇ ସ୍ଥାନୀୟ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଫଳରେ ଲୋକମାନେ ପାଣି ପାଇଁ ଗାଁରେ ହାହାକାର ହେଉଥିଲେ । ପ୍ରାୟ ୪ କିଲୋମିଟର ଦୂରକୁ ଯାଇ ପାନୀୟ ଜଳ ଆଣିବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗାଁର ମହିଳା ଓ ପୁରୁଷ ମାନେ ରାସ୍ତାରୋକ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଛି । ଫଳରେ ପରଜଙ୍ଗ-ତେଲକୋଇ ଯାତାୟାତ ସମ୍ପୁର୍ଣ୍ଣ ଠପ୍ ରହିଛି । ଯେ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାୟୀ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.