Latest Odisha News

BREAKING NEWS

ଗୁଳି କରି ଲୁଟ ଉଦ୍ୟମ: ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ଲୋକେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦାକୁ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ଛକରେ ଗତକାଲି ରାତିରେ  ଗୁଣିକାଣ୍ଡ ଘଟିଯାଇଛି  । ତିନିଜଣ ଦୁର୍ବୃତ୍ତ ଧଳା ରଙ୍ଗ ପଲସରରେ ଆସି ଜଣେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ (୩୧ )ଓ ତାଙ୍କ ବନ୍ଧୁ କାର୍ତ୍ତିକ ସ୍ବାଇଁଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ  । ଦୁର୍ବୃତ୍ତଙ୍କ ଆକ୍ରମଣରେ  ଉଭୟ ଗୁରୁତର ହୋଇଛନ୍ତି  । ସେମାନଙ୍କ ମଥା ଓ ପେଟରେ ଗୁରୁତର ଆଘାତ ଲାଗିଛି  ।

ଗୁଳିମାଡ ଶୁଣି ସ୍ଥାନୀୟ ଲୋକଙ୍କ ଭିଡ ଜମିବାରୁ  ଲୁଟେରାମାନେ ଚମ୍ପଟ ମାରିଥିଲେ । ତେବେ ଯିବାବେଳେ ଜଣେ ଲୁଟେରା ବାଇକରୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ଲୁଟେରାକୁ  କାବୁ କରି ନିସ୍ତୁକ ଛେଚିଛନ୍ତି ।  ପରେ ପୋଲିସ ପହଞ୍ଚି ଗୁଳିମାଡରେ  ଆହତ ଗୌରବଙ୍କୁ ଉଦ୍ଧାର କରି ବହଳଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଟା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ବହଳଦା ପୋଲିସ ଆହତ ଲୁଟେରାକୁ  ସ୍ଥାନୀୟ ଡାକ୍ତରଖାନାକୁ ପଠାଇବା ସହ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ବନ୍ଧୁକ ଓ ୬ଟି ଗୁଳିକୁ  ଜବତ କରିଛି ।  ଘଟଣାର ତନାଘନା ଜାରି ରହିଛି  । ଆକ୍ରମଣର ପ୍ରକୃତ ଉଦ୍ଦେଶ୍ୟ ଜଣାପଡିନି  । ଧରା ପଡିଥିବା ଜଣେ ଦୁର୍ବତ୍ତଙ୍କ ଠାରୁ ଅନ୍ୟମାନଙ୍କର ପରିଚୟ ଓ ଘଟଣାର ସଠିକ ରହସ୍ୟ ଜଣାପଡିବ  ବୋଲି ପୋଲିସ କହିଛି  । ତାକୁ ରାଇରଙ୍ଗପୁର ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି | ଏହି ଗୁଳିକାଣ୍ଡ ଘଟିବା ପରେ ବହଳଦା ଠାରେ ଉତ୍ତେଜନା ଦେଖାଯାଇଛି ।  ସ୍ଥାନୀୟ ଲୋକେ ବହଳଦା ବାଇପାସ୍ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

Leave A Reply

Your email address will not be published.